
ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ପୁଣି ଥରେ ଜଣେ ରକ୍ଷାସର ପଞ୍ଝାରେ ଜଣେ ୯ ବର୍ଷୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ଚନ୍ଦାହାଣ୍ଡିରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଥିବାରୁ ଏହା ବ୍ଲକ ବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ବିବରଣୀରୁ ପ୍ରକାଶ ଯେ, ଚନ୍ଦାହାଣ୍ଡି ଅଂଚଳର ଜୈନେକା ନାବାଳିକାକୁ ଗୋରଖାବନ୍ଧ ଗ୍ରାମର ବିବାହିତ ଯୁବକ ଜୋର ଜବରଦସ୍ତ ଘରେ ପଶି ଦୁଷ୍କର୍ମ କରିଥିବା ନେଇ ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଛି ।
ସୂଚନାରୁ ପ୍ରକାଶ ଚନ୍ଦାହାଣ୍ଡି ଥାନା ଅଞ୍ଚଳର ଜୈନିକା ନଅ ବର୍ଷର ନାବାଳିକା ଗତକାଲି ଅପରାହ୍ନରେ ଘରେ ଏକା ଥିବାର ସୁଯୋଗ ନେଇ ଗୋରଖାବନ୍ଧ ଗ୍ରାମର ନୀଲ ଠେଲା (୨୦)ଘରେ ପସି ଜୋର ଜବରଦସ୍ତ ତାଙ୍କ ପିନ୍ଧିଥିବା ଡ୍ରେସକୁ କାଢି ଘର ଭିତରକୁ ଟାଣି ନେଇ ମୁହଁକୁ ଚାପି ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଶିକାର ହେବା ପରେ ନାବାଳିକା କାନ୍ଦି କାନ୍ଦି ତାଙ୍କ ମା କାମ କରୁଥିବା ଜମିକୁ ଯାଇ ସବୁ ବିଷୟ କହିଥିଲେ। ତାଙ୍କ ବାପା ସନ୍ଧ୍ୟାରେ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣି ଅଭିଯୁକ୍ତକୁ ଏସମ୍ପର୍କରେ ପଚାରିବାରୁ ଯୁବକ ଜଣକ ତାଙ୍କୁ ପାଲଟା ଧମକ ଦେଇଥିଲେ । ଶେଷରେ ନାବାଳିକାଙ୍କ ବାପା ଆଜି ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି ଥାନା ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଆଟାକ୍ ରଖିବା ସହ ଘଟଣାର ତଦନ୍ତ ଓ ପାରିପାର୍ଶ୍ବିକ ସ୍ଥିତିର ଅନୁଧ୍ୟାନ କରୁଥିବା ଆଇଆଇସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି ।
The post ଚନ୍ଦାହାଣ୍ଡିରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/3y1FfIW
0 Comments