ବାରିପଦା : କରୋନା ମହାମାରୀ କାଳରେ ଲୋକଙ୍କର ଅର୍ଥିକ ଅବସ୍ଥା  ବିଗିଡି ଯାଇଥିବା ବେଳେ, ଦିନକୁ ଦିନ ସରକାର ଙ୍କ ଭୁଲନିତି ଓ ଅପରିଣାମଦର୍ଶୀ କର ବ୍ୟବସ୍ଥା ପାଇଁ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ତଥା ଖାଇବା ତେଲ ପରି ଅତ୍ୟାବଶ୍ୟକ ଜିନିଷର ଦରଦାମ ହୁହୁ ହୋଇ ବଢି ଚାଲିଛି । ବିରୋଧୀ ଦଳ ଗୁଡିକ ପକ୍ଷରୁ ବାରମ୍ବାର ସରକାରଙ୍କୁ ଚେତାବନୀ ଦିଆଯାଉଥିଲେ ମଧ୍ୟ ସରକାର ଦେଶରେ ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ । ଏଭଳି ପରିସ୍ଥିତିରେ ଆଜି କଂଗ୍ରେସ ଓବିସି ସେଲ ପକ୍ଷରୁ ବାରିପଦା ଦାରୋଗାଡାହି ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ଓବିସି ସେଲ ରାଷ୍ଟ୍ରୀୟ ସମ୍ପାଦକ ରାଜକିଶୋର ବାରିକଙ୍କ ଆହ୍ୱାନ କ୍ରମେ ଗଣତାନ୍ତ୍ରିକ ତଥା ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ ପୂର୍ବକ କରୋନା କଟକଣା ନିୟମ ଭିତରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । କଂଗ୍ରେସ ଓବିସି ସେଲର ରାଜ୍ୟ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଧାରଣା ସ୍ଥଳରେ ଏକ ଷ୍ଟଲ ଖୋଲା ଯାଇ ଦିନ ସାଢେଦଶଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଲୋକଙ୍କୁ ୮୦ଟଙ୍କାରେ ପେଟ୍ରୋଲ ଓ ୧୦୦ ଟଙ୍କାରେ ଷୋରିଷତେଲ ବିକ୍ରୟ କରାଯାଇ ପ୍ରତିବାଦ ପ୍ରଦର୍ଶନ କରାଯାଇ ଥିବାର ଦେଖା ଯାଇଛି ।
The post କଂଗ୍ରେସ ଓବିସି ସେଲ ପକ୍ଷରୁ ଅଭିନବ ଉପାୟରେ ଦରବୃଦ୍ଧିର ପ୍ରତିବାଦ first appeared on Sambad.

from ଜିଲ୍ଲା | Sambad https://ift.tt/3rtHRgt