ଧର୍ମଗଡ଼ : ଗତ କିଛିଦିନ ହେଲା ଧର୍ମଗଡ଼ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌କାଟ୍‌ ହେଉଛି। ଏହାର ପ୍ରତିବାଦରେ ସୋମବାର ରାତି ୮ଘଣ୍ଟାରୁ ଧର୍ମଗଡ଼ ଫିଉଜ କଲ୍‌ ସେଣ୍ଟର ଠାରେ ଜାତୀୟ ରାଜପଥକୁ ଧର୍ମଗଡ଼ ଅଞ୍ଚଳର ଯୁବକମାନେ ଅବରୋଧ କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ଧର୍ମଗଡ଼ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ପହଞ୍ଚି ଯୁବକମାନଙ୍କୁ ବୁଝାସୁଝା କରିଥିଲେ। ସହକାରୀ ଯନ୍ତ୍ରୀ ଭଗବାନ ସାହୁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା।

The post ବିଦ୍ୟୁତ୍‌କାଟ୍‌ର ପ୍ରତିବାଦରେ ରାଜରାସ୍ତାକୁ ଆସିଲେ ଯୁବ ଗୋଷ୍ଠୀ first appeared on Sambad.

from ଜିଲ୍ଲା | Sambad https://ift.tt/3zboL1a