ମାଲକାନଗିରି: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ମାଲକାନଗିରି ଗସ୍ତରେ ଆସି ଆଜି କୋରକୋଣ୍ଡା ବ୍ଲକର ସାତୋଟି ବ୍ଲକରେ ମାରାଥନ ଗସ୍ତ କରିଛନ୍ତି। କୋରକୋଣ୍ଡା ବ୍ଲକରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଅଂଚଳର ଲୋକେ ଦୀର୍ଘଦିନ ହେଲା ସାଂସଦଙ୍କୁ ସମାଧାନ ପାଇଁ ଦାବି କରି ଆସୁଥିଲେ।

ତେବେ ଆଜି ସାଂସଦ ଅଞ୍ଚଳବାସୀଙ୍କ ନିବେଦନକୁ ରକ୍ଷା କରି କୋରକୋଣ୍ଡା ବ୍ଲକର ନିଳାକାମ୍ବେରୁ, ପୁରୁଣା ଚିମଟାପାଲୀ, ମାରିଵାଡା, କାମଵେଡା, ତୁମସାପାଲୀ, ଡୁଡାମେଟା ଏବଂ କୋରକୋଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗସ୍ତକରି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ପ୍ରତ୍ୟେକ ପଞ୍ଚାୟତରେ ବିଭିନ୍ନ ୱାର୍ଡ଼ର ମେମ୍ବର ମାନଙ୍କ ସହ ବଛାବଛା ଲୋକ ଏକତ୍ରୀତ ହୋଇ ସାଂସଦ ଶ୍ରୀ ମାଝିଙ୍କୁ ନିଜର ଅଭିଯୋଗ ଶୁଣାଇଥିଲେ। ସାଂସଦ ଶ୍ରୀ ମାଝି ସମସ୍ତ ଅଭିଯୋଗକୁ ଲିପିବଦ୍ଧ କରିବା ସହ ଆଗାମୀ ଦିନରେ ନିଜର ପାଣ୍ଠିରୁ ହେଉ ବା ସରକାରଙ୍କୁ ଜଣାଇ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସ୍ଥାନୀୟ ଅଞ୍ଚଳର ଲୋକେ ସାଂସଦଙ୍କୁ ନିଜ ପାଖରେ ପାଇ ଉତ୍ସାହିତ ହୋଇଥିଲେ। ପୂର୍ବରୁ କେବେ ମଧ୍ୟ କୌଣସି ସାଂସଦ ସେମାନଙ୍କ ଗ୍ରାମକୁ ଆସିନଥିବା ବେଳେ ଲୋକଙ୍କ ଅଭିଯୋଗ ଶୁଣୁନଥିଲେ। କିନ୍ତୁ ଶ୍ରୀ ମାଝି ନିଜେ ପ୍ରତିଶ୍ରୁତି ରକ୍ଷା କରି ଲୋକଙ୍କ ସହ ସାକ୍ଷାତ କରିବା ସହ ସମସ୍ତ ଅଭିଯୋଗକୁ ଗୋଟିଗୋଟି କରି ଶୁଣିଥିଲେ।

Sambad

ପ୍ରକାଶ ଥାଉକି, ସାଂସଦ ଶ୍ରୀ ମାଝି ଜିଲ୍ଲାର ଉନ୍ନତି ପାଇଁ ଅହରହ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି। ଏପରିକି ସଂସଦରେ ଜିଲ୍ଲାରେ ରହିଥିବା ସମସ୍ୟା ଗୁଡିକକୁ ଉପସ୍ଥାପନ କରି ଆଜି ସଫଳ ହୋଇଛନ୍ତି। ଯାହାକୁ ନେଇ ଜିଲ୍ଲାବାସୀ ତାଙ୍କୁ ନେଇ ଗର୍ବିତ। କୋରକୋଣ୍ଡା ବ୍ଲକରେ ରହିଥିବା ସମସ୍ତ ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଛନ୍ତି। ସାଂସଦଙ୍କ ଏହି ଗସ୍ତ ବେଳେ ତାଙ୍କ ସହ ଆଦିବାସୀ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ତାପସ ନାୟକ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି ଓ ମଦନ ଖୋସଲା, ବିଧାୟକ ପ୍ରତିନିଧି ସତ୍ୟ ପାଣିଗ୍ରାହୀ, ମହେଶ ବାକା, ମାଲକାନଗିରି ବ୍ଲକ ସାଂସଦ ପ୍ରତିନିଧି ଡି. କାମେଶ୍ବର ରାଓ, ମଙ୍ଗଳା ପାଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ।

The post ନବରଙ୍ଗପୁର ସାଂସଦଙ୍କ ‌କୋରକୋଣ୍ଡା ବ୍ଲକରେ ମାରାଥନ ଗସ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3zCS10T