ଜୟପୁର: ଗତକାଲି ଭୋର ସମୟରେ ଗାନ୍ଧୀଛକରେ ଯାନବାହନ ଯାଂଚ କରୁଥିବାଚ ବେଳେ ଜୟପୁର ଟାଉନ ପୁଲିସ ହାତରେ ୩ ଅନ୍ତଃ ରାଜ୍ୟ ବାଇକ ଲୁଟେରା ଧରା ପଡ଼ିଛନ୍ତି। ଏମାନେ ଆନ୍ଧ୍ରପ୍ରଦେଶର ବିଜୟନଗରମରୁ ଏକ ନୂଆ ନମ୍ବର ବିହୀନ ପଲସର ବାଇକ ଲୁଟି ପଳାଇ ଆସିଥିଲେ। ଗାନ୍ଧୀଛକରେ ଯାଂଚ କରୁଥିବା ସ୍ଥାନରେ ପୁଲିସ ଏମାନଙ୍କୁ ଧରି ପଚରାଉଚରା କରିବାରେ ଏହି ଦୁର୍ବତ୍ତ ମାନେ ବାଇକର କାଗଜପତ୍ର କିଛି ଦେଖାଇ ପାରିନଥିଲେ।

ଏମାନଙ୍କର ଗତିବିଧି ସଂଦେହାସ୍ପଦ ହେବାରୁ ପୁଲିସ ଏମାନଙ୍କୁ ଥାନାକୁ ଉଠାଇ ଆଣିଥିଲା। ଥାନାରେ ପଚାରାଉଚାରା କରିବା ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପଲସର ବାଇକକୁ ବିଜୟନଗରମରୁ ଲୁଟିଥିବା ଏବଂ ଗତ ମାସକ ତଳେ ପାୱରହାଉସ କଲୋନୀ ନିକଟସ୍ଥ ଭାରତଗ୍ୟାସ୍ ଏଜେନସୀ ପରିସରରୁ ବି ଗୋଟିଏ ହିରୋହଣ୍ଡା ଗ୍ଲେମର ବାଇକ୍ ଲୁଟି ନେଇଥିବା ସ୍ବୀକାର କରିଥିଲେ। ଅଭିଯୁକ୍ତ ମାନେ ହେଲେ ଜୟପୁର ସହର ନିକଟସ୍ଥ ବୈପାରୀଗୁଡା ବ୍ଲକର ବିଚଲକୋଟା ଗାଁର ପୁର୍ଣ୍ଣ ଗୋଲରୀ, ସନାଇ ଗୋଲରୀ ଓ ରାମ ଖେମୁଣ୍ଡୁ ବୋଲି କହିଛନ୍ତି ଆଇଆଇସି ସଂଜୟ କୁମାର ମଣ୍ଡଳ ଓ ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ସେଠୀ। ପୁଲିସ ଅଭିଯୁକ୍ତ ମାନଙ୍କୁ ନେଇ ଗାଁରେ ଜଣେ ଅଭିଯୁକ୍ତଙ୍କ ଘର ନିକଟରୁ ଏହି ଗ୍ଲେମର ବାଇକକୁ ଉଦ୍ଧାର କରି ଆଣିଥିବା କହିଛନ୍ତି ଥାନା ଆଇଆଇସି। ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟକୁ ଚାଳାଣ କରାଯାଇଛି।

The post ଯାନବାହାନ ଯାଂଚ ବେଳେ ଧରା ପଡ଼ିଲା ଚୋରା ବାଇକ: ୩ ଅନ୍ତଃରାଜ୍ୟ ଲୁଟେରା ଗିରଫ  first appeared on Sambad.

from ଜିଲ୍ଲା | Sambad https://ift.tt/3rHs6lW