
ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ପଞ୍ଚାୟତ ସାପ୍ତାହିକ ହାଟରୁ ଛିଲପାଭଟା ପଡ଼ାକୁ ସଂଯୋଗ କରୁଥିବା ନୂତନ ରାସ୍ତାଟି ଜଣେ ଚାଷୀଙ୍କ ଜମି ଉପରେ ନିର୍ମାଣ ହୋଇଛି। ଏଥିପାଇଁ ଉକ୍ତ ଚାଷୀ ଜଣକ ରାସ୍ତାର ୨ ପାର୍ଶ୍ବରେ ଗଛ ଡାଳ ପକାଇ ଅବରୋଧ କରିଥିବାରୁ ୨ଦିନ ହେଲା ସ୍ଥାନୀୟ ଲୋକ ଯାତାୟାତରେ ସମସ୍ୟା ଭୋଗୁଛନ୍ତି।

୨୦୨୦ ମସିହା ଏପ୍ରିଲ ୫ରେ ଲାଞ୍ଜିଗଡ଼ ପଞ୍ଚାୟତ ଦ୍ବାରା ମନରେଗା ଯୋଜନାରେ ୫ ଲକ୍ଷ ଅଟକଳ ମୂଲ୍ୟରେ ଲାଞ୍ଜିଗଡ଼ ପଞ୍ଚାୟତ ସାପ୍ତାହିକ ହାଟରୁ ଛିଲପାଭଟା ପଡ଼ାକୁ ରାସ୍ତା ନିର୍ମାଣ ହୋଇଥିଲା। ଏହି ରାସ୍ତାଟି ଲାଞ୍ଜିଗଡ଼ ଛିଲପାଭଟାର ଚାଷୀ ମହେନ୍ଦ୍ର ରାଉତଙ୍କ ଚାଷ ଜମି ଉପରେ ନିର୍ମାଣ ହୋଇଥିଲା। ରାସ୍ତା ନିର୍ମାଣ ସମୟରୁ ମହେନ୍ଦ୍ର ଏନେଇ ଅଭିଯୋଗ କରି ଆସୁଥିଲେ। କିନ୍ତୁ ଦାୟିତ୍ବରେ ଥିବା ପଞ୍ଚାୟତ କର୍ତ୍ତୃପକ୍ଷ ଏକଥାକୁ କର୍ଣ୍ଣପାତ କରିନଥିଲେ।

ଗତ ଗୁରୁବାର ମହେନ୍ଦ୍ର ନିଜ ଜମିକୁ ମାପିବା ପରେ ଜମି ଉପରେ ରାସ୍ତା ନିର୍ମାଣ କରାଯାଇଥିବା ସ୍ପଷ୍ଟ ହେବାରୁ ଶୁକ୍ରବାର ଠାରୁ ସେ ରାସ୍ତାକୁ ଅବରୋଧ କରିଛନ୍ତି। ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସର୍ବସାଧାରଣ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକ୍ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି।
The post ରାସ୍ତାର ୨ ପାର୍ଶ୍ବରେ ଗଛ ପକାଇ ଅବରୋଧ କଲେ ଚାଷୀ first appeared on Sambad.from ଜିଲ୍ଲା | Sambad https://ift.tt/3hV4QfW
0 Comments