
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଡାକ୍ତରଖାନାରେ ୫୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ବିଭିନ୍ନ ଜାଗାକୁ ବଦଳି କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ଏନେଇ ଶୁକ୍ରବାର ଚିଠି ପ୍ରକାଶ ପାଇବା ପରେ ଶନିବାର ବଦଳିର ପ୍ରତିବାଦ କରିଛନ୍ତି। ଶନିବାର ସିଡିଏମ୍ଓଙ୍କୁ ଭେଟିବା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଅଫିସକୁ ଯାଇଥିବା ବେଳେ ସେ ଛୁଟିରେ ଥିବା ଜାଣିବାକୁ ପାଇଥିଲେ। ତାପରେ ଦାବି ଜଣାଇବା ପାଇଁ ଜିଲ୍ଲାପାଲଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସ୍ୱାସ୍ଥ୍ୟକର୍ମୀ।
ଅନେକ ସ୍ୱାସ୍ଥ୍ୟକର୍ମୀଙ୍କ ମେଡିକାଲ ଅସୁବିଧା ଥିବା ବେଳେ ବହୁତ ଆଗରୁ ସିଡିଏମ୍ଓଙ୍କୁ ଜଣାଇଥିଲେ। କିନ୍ତୁ ସେମାନଙ୍କ କଥାକୁ ନଶୁଣି ରାତିଅଧିଆ ବଦଳି କରାଯାଇଥିବାରୁ ସିଡିଏମ୍ଓ ଡା. ଭୀମ ସାହୁଙ୍କ ବିରୋଧରେ ଗର୍ଜିଥିଲେ ସ୍ୱାସ୍ଥ୍ୟକର୍ମୀ। ଶ୍ରୀଘ୍ର ସେମାନଙ୍କ ବଦଳି ବାତିଲ କରିବା ସହିତ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
The post ବଦଳି ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟକର୍ମୀଙ୍କ ଦାବିପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/2TO5VhL
0 Comments