
ଭଞ୍ଜନଗର : ବନ୍ଦ ଘରୁ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର କନିଷ୍ଠ ଯନ୍ତ୍ରୀ ଜେ. ଅନୀତା(୩୪)ଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା ନୂଆ ମୋଡ଼ ନେଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇ ସାହି ୟୁନିଟ୍-୩ରେ ଗତ ମାସ ୨୪ ତାରିଖ ଦିନ ଅନୀତାଙ୍କ ଶବକୁ ପୁଲିସ ଉଦ୍ଧାର କରିଥିଲା। ମୃତ୍ୟୁ ପୂର୍ବର ଭିଡିଓ ଓ ସୁଇସାଇଡ୍ ନୋଟ୍ ଆଧାରରେ ପୁରୁଷ ସହକର୍ମୀ ଯନ୍ତ୍ରୀଙ୍କ ନାମରେ ମୃତ ଅନୀତାଙ୍କ ଭଉଣୀ ଜେ. ଆରତୀ ଆଜି ଭଞ୍ଜନଗର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏହାକୁ ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଏ ସଂର୍ପକରେ କୌଣସି ସୂଚନା ଦେବାକୁ ମନା କରିଦେଇଛି। ଆରମ୍ଭରୁ ଅନୀତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏବେ ଏହାର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ପ୍ରବଳ ମାନସିକ ଚାପ ଯୋଗୁ ଅନିତା ଆତ୍ମହତ୍ୟା କରିଥିବା ପରିବାର ଲୋକେ ପ୍ରମାଣ ପାଇଛନ୍ତି।
ସୂଚନା ଅନୁଯାୟୀ, ଅନୀତା ଗତ ବର୍ଷ ମାର୍ଚରୁ ଡିଭିଜନ-୧ରେ ଯୋଗଦେଇ ଥିଲେ। ଏଠାରୁ ତାଙ୍କର ବ୍ରହ୍ମପୁର ବଦଳି ହୋଇଥିଲା। ଗତ ମାସ ୨୨ରେ ସ୍ଥାନୀୟ ଲୋକ ତାଙ୍କୁ ଶେଷ ଥର ଦେଖିଥିଲେ। ଏହା ପରଠାରୁ ଅନୀତା ରହୁଥିବା ଘରର କବାଟ ଭିତର ପଟୁ ବନ୍ଦ ରହିଥିଲା। ଅନ୍ୟପକ୍ଷରେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକ ତାଙ୍କ ପରିବାରକୁ ଖବର ଦେଇଥଲେ। ପରିବାର ଲୋକଙ୍କ ଉପସ୍ଥିତିରେ ପୁଲିସ୍ ଗତ ମାସ ୨୪ରେ ଘର ଭିତରୁ ଫ୍ୟାନ୍ରେ ଝୁଲୁଥିବା ଅନୀତାଙ୍କ ଶବ ଉଦ୍ଧାର କରିଥିଲା। ଏହାର କିଛି ଦିନ ପରେ ଅନୀତାଙ୍କ ମୋବାଇଲ୍ରେ ଥିବା ପାସୱାର୍ଡ଼ ଖୋଲି ପରିବାର ଲୋକ ଆତ୍ମହତ୍ୟା ସମ୍ପର୍କିତ ତଥ୍ୟ ପାଇବା ପରେ ଥାନାରେ ଆସି ଏତଲା ଦେଇଛନ୍ତି।
The post ମହିଳା ଯନ୍ତ୍ରୀଙ୍କ ମୃତ୍ୟୁ ଘଟଣାର ନୂଆ ମୋଡ଼: ସହକର୍ମୀ ପୁରୁଷ ଯନ୍ତ୍ରୀଙ୍କ ନାମରେ ଏତଲା first appeared on Sambad.from ଜିଲ୍ଲା | Sambad https://ift.tt/2SIr10f
0 Comments