ଦଶରଥପୁର : ଗାଁରେ ବିଦ୍ୟୁତ୍‌ ସଂଯୋଗ କରିବାକୁ ଯାଇଥିବା କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ମଙ୍ଗଳପୁର ବିଦ୍ୟୁତ୍‌ ସେକ୍‌ସନ୍‌ର କର୍ମଚାରୀ ତ୍ରିଲୋଚନ ନାୟକ, ଭବାନୀ ଶଙ୍କର ଜେନା, ଅରୁଣ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ନାୟକ ଓ ପ୍ରଦ୍ୟୁମ୍ନ ପଲାଇ ପ୍ରମୁଖ ରବିବାର ପୂର୍ବାହ୍ଣ ୧୦ ଟା ବେଳେ ମଙ୍ଗଳପୁର ଥାନା ଅନ୍ତର୍ଗତ କମାରଡିହି ଗ୍ରାମର ନୂତନ ଉପଭୋକ୍ତା ଲକ୍ଷ୍ମୀପ୍ରିୟା ଜେନାଙ୍କ ବିଦ୍ୟୁତ୍‌ ସଂଯୋଗ କରିବାକୁ ଯାଇଥିଲେ। ଏହି ସମୟରେ ଗ୍ରାମର କିଛିଲୋକ ବିଦ୍ୟୁତ୍‌ କର୍ମଚାରୀମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କ ଠାରୁ ମନିପର୍ସ ଛଡ଼ାଇ ନେଇଥିଲେ। ଏଥିରେ ୧୦୨୦୦ ଟଙ୍କା ଥିଲା ବୋଲି ଅଭିଯୋଗ ହୋଇଛି। ଏସମ୍ପର୍କରେ ବିଦ୍ୟୁତ୍‌ କର୍ମଚାରୀମାନେ ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି।

The post ବିଦ୍ୟୁତ୍‌ କର୍ମଚାରୀଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ first appeared on Sambad.

from ଜିଲ୍ଲା | Sambad https://ift.tt/3dJwiMj