ଭବାନୀପାଟଣା : ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କଳାହାଣ୍ଡି ଜିଲ୍ଲା‌ରେ ସୌଭାଗ୍ୟ ଯୋଜନା ଓ ବିପିଏଲ୍‌ ବିଜୁ ଜ୍ୟୋତି ଓ କୁଟୀର ଜ୍ୟୋତି ଯୋଜନାରେ ଲାଇନ୍‌ ସଂଯୋଗ କାର୍ଯ୍ୟ ଶେଷ କରିବାକୁ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିର୍ଦେଶ ଦେଇଛନ୍ତି। ଗୁରୁବାର ଭବାନୀପାଟଣା ସର୍କିଟ୍‌ ହାଉସ୍‌ରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ ଜିଲ୍ଲାରେ ବିଜୁ ଜ୍ୟୋତି, କୁଟୀର ଜ୍ୟୋତି ଓ ସୌଭାଗ୍ୟ ଯୋଜନାରେ ସମସ୍ତ ଲାଇନ୍‌ ସଂଯୋଗ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବାକୁ ନିର୍ଦେଶ ଦେଇଥିଲେ।

କଳାହାଣ୍ଡି ଜିଲ୍ଲାରେ ୧୧କେଭି ଓ ୩୩କେଭି ବିଦ୍ୟୁତ ନୂଆ ଲାଇନ୍‌ର ଚତୁର୍ଥ ଓଡି‌ଏସ୍‌ଏସ୍‌ପି ଯୋଜନାରେ ଆକଳନ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଇନ୍ଦ୍ରାବତୀ ବିଦ୍ୟୁତ ସଂଯୋଗ ଡେଙ୍ଗାଗୁଡ଼ାଠାରୁ ଠେମରା ପର୍ଯ୍ୟନ୍ତ ଏଲ୍‌ଏଣ୍ଡଟି ତୁରନ୍ତ ଶେଷ କରିବା ନେଇ ସମୀକ୍ଷା ହୋଇଥିଲା। ଏହାଦ୍ବାରା କୋକସରା, ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକ୍‌ ବିଦ୍ୟୁତ ସେବା ଠିକ୍‌ ଭାବରେ ପାଇପାରିବେ। କେପେକ୍ସ ମାଧ୍ୟମରେ ୧୧କେଭିର ଓ ୩୩କେଭିର ସୁରକ୍ଷା ଓ ମରାମତି କରାଯିବ। ଏନ୍‌ଟିପିସି ଦ୍ବାରା ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ତ୍ବରାନିତ କରାଯିବା ନେଇ ସମୀକ୍ଷା ହୋଇଥିଲା।

ସମୀକ୍ଷା ବୈଠକରେ ଟିପିଡବ୍ଲ୍ୟୁଡିଏ୍‌ଲର ସିଇଓ ଗଜାନନ କାଲେ, ଚିଫ୍‌ ଅପରେସନ ସୁମିତ ଘୋଷ, ଅଧୀକ୍ଷଣ ଯନ୍ତ୍ରୀ ଧନଞ୍ଜୟ ରଣା, ପଶ୍ଚିମାଞ୍ଚଳ ନିର୍ବାହୀ ଯନ୍ତ୍ରୀ ଲୋକନାଥ ଦାସ, ପୂର୍ବାଞ୍ଚଳ ନିର୍ବାହୀ ଯନ୍ତ୍ରୀ ଦେବଦତ୍ତ ଭୋଇ, ଏନ୍‌ଟିପିସି ପ୍ରକଳ୍ପ ଅଧିକାରୀ ସୁମନ୍ତ ସ୍ବାଇଁ, ଲେଜର ଇନଫ୍ରା ପାୱାରର ଜଗଦୀଶ ରାୟ, ନୀଳଶିଖାର ବିନୟ ନାପ୍ପା ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ।

The post ଶକ୍ତି ମନ୍ତ୍ରୀଙ୍କ ଦ୍ବାରା କଳାହାଣ୍ଡି ବିଦ୍ୟୁତ୍‌ ବ୍ୟବସ୍ଥାର ସମୀକ୍ଷା first appeared on Sambad.

from ଜିଲ୍ଲା | Sambad https://ift.tt/3dzNKml