
ପୁରୀ: ଗତ ରାତି ପ୍ରାୟ ୪ ଟା ବେଳେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ବ୍ଲକ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଢ଼ାବା ସମ୍ମୁଖରେ ଥିବା ବାଲି ଟ୍ରକକୁ ଏକ ହାଇୱା ଗାଡ଼ି ଧକ୍କା ଦେବାରୁ ଟ୍ରକର ହେଲ୍ପର ନୟାଗଡ଼ର କୋରଡ଼ା ଗ୍ରାମର ବାଙ୍କ ଗୁରୁତର ଆହତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।
ଡ୍ରାଇଭର ଖଣ୍ଡପଡ଼ାର ବିନୟ କୁମାର ପ୍ରଧାନ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଦମକଳ ବିଭାଗର ଆଗ୍ନିକମନେ ଘଟଣାସ୍ଥଳରେ ପହଞ୍ଚି କଟର ମାଧ୍ୟମରେ ଟ୍ରକକୁ କାଟି ଆହତମାନଙ୍କୁ ବାହାର କରିଥିଲେ।
The post ବାଲି ଟ୍ରକକୁ ହାଇୱା ଧକ୍କା ଦେବାରୁ ଟ୍ରକର ହେଲ୍ପର ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3xiO6po
0 Comments