
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ନୂତନ ଜିଲ୍ଲାପାଳ ବିଶାଲ ସିଂ ଆଜି ଦାୟିତ୍ୱ ନେବାର ପ୍ରଥମ ଦିନରେ ମୋଟୁ ଅଂଚଳ ଗସ୍ତ କରିଥିଲେ। ଆଜି ଡାକ୍ତର ଦିବସ ଅବସରରେ ସେ ମୋଟୁଠାରେ ରହିଥିବା ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଥିଲେ।
ଜିଲ୍ଲାପାଳଙ୍କ ସହ ଏସପି ରିଶିକେଶ ଖିଲାରି,କାଲିମେଳା ବିଡିଓ, ମୋଟୁ ତହସିଲଦାର ଶଶାଙ୍କ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଡାକ୍ତରଖାନା ବୁଲି ଡାକ୍ତରଙ୍କ ସହ ଆଜି ଡାକ୍ତର ଦିବସ ପାଳିଥିଲେ ଜିଲ୍ଲାପାଳ। ଏଥିସହ ଏଠାରେ ରହିଥିବା ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ତେବେ ଡାକ୍ତର ଏବଂ ଅନ୍ୟ ଷ୍ଟାଫମାନଙ୍କ ପାଇଁ ଏଠାରେ କ୍ବାଟର ସୁବିଧା ନଥିବାରୁ ତୁରନ୍ତ ଏହି ସମସ୍ୟା ଦୂର କରାଯିବା ନେଇ ସେ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏହି ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋପବନ୍ଧୁ ଉନ୍ନୟନ ସଂସ୍ଥା ପରିଚାଳନା କରୁଥିବା ଜଣାପଡିଛି। ପରେ ମୋଟୁ ଅଂଚଳ ବୁଲି ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ମୋଟୁ ଅଂଚଳର ଉନ୍ନୟନ କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଛି।
The post ମାଲକାନଗିରିର ନୂତନ ଜିଲ୍ଲାପାଳଙ୍କ ମୋଟୁ ଡାକ୍ତରଖାନା ଗସ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3AnuKBE
0 Comments