
ଯାଜପୁର : ଛତିଆ ଅଞ୍ଚଳ ଚୋରା ମାଦକ ଦ୍ରବ୍ୟ ବ୍ୟବସାୟୀଙ୍କ ଭୂସ୍ବର୍ଗ ପାଲିଟିଛି। ବୈରୀ ଥାନା ପୁଲିସ ରବିବାର ବିଶେଷ ସୂତ୍ରରୁ ଖବର ପାଇ ଚଢଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ, ଭାଙ୍ଗ ଓ ମୋଟର ସାଇକେଲ ଜବତ କରିଛନ୍ତି।
ଏହି ଘଟଣାରେ ୨ଜଣଙ୍କୁ ପୁଲିସ କାବୁ କରିବା ପରେ ସେମାନଙ୍କଠାରୁ ଖବର ସଂଗ୍ରହ କରି କଟକରୁ ଅନ୍ୟ ଜଣେ ଚୋରା ବ୍ୟବସାୟୀଙ୍କୁ ଧରିବାରେ ସଫଳ ହୋଇଛି। ଏହି ଚୋରା ବ୍ୟବସାୟୀମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ରବିବାର ରାତିରେ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ଏହି ରାକେଟ୍ରେ ସମ୍ପୃକ୍ତ ଗୋଷ୍ଠୀଙ୍କୁ ଧରିବା ପାଇଁ ଯୋଜନା କରାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
The post ଲକ୍ଷାଧିକ ଟଙ୍କାର ଗଞ୍ଜେଇ, ଭାଙ୍ଗ ଓ ମୋଟର ସାଇକେଲ ଜବତ, ୩ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/2UoMxIj
0 Comments