ଆନନ୍ଦପୁର : ଘସିପୁରା ଥାନା ଭୋଳନୂଆଗାଁ ଗ୍ରାମରେ ଏକ ଦୋକାନ ଜଳିଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୯ଟାବେଳେ ଗ୍ରାମର ପ୍ରଳୟ ମିଶ୍ରଙ୍କ ଦୋକାନରେ ଅଗ୍ନିକା‌ଣ୍ଡ ଘଟି ସମସ୍ତ ଜିନିଷପତ୍ର ପୋଡ଼ିଯାଇଛି। ପ୍ରଳୟ ଦୋକାନରେ ନଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେହି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଥିବା ପ୍ରଳୟ ଅଭିଯୋଗ କରିଛନ୍ତି।

ଗତକାଲି ରାତି ସାଢ଼େ ୮ଟାବେଳେ ପ୍ରଳୟ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। କିଛି ସମୟ ପରେ ତାଙ୍କ ଦୋକାନରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ। ଖବର ପାଇ ଘସିପୁରା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

The post ଭୋଳନୂଆଗାଁରେ ଦୋକାନ ଜଳିଗଲା first appeared on Sambad.

from ଜିଲ୍ଲା | Sambad https://ift.tt/2VQhqWl