ରିଆମାଳ : ଟିକିରା ନଦୀରେ ଗାଧୋଉଥିବା ବେଳେ ଦେବଗଡ଼ ଜିଲ୍ଲା ଗୁଣ୍ଢେଇଗୋଳା ଥାନା ରୋଟାନାଳି ଗାଁର ଚାଷୀ ପ୍ରତାପ ପ୍ରଧାନ (୩୭) ବୁଡ଼ି ଯାଇଛନ୍ତି।

ସୂଚନା ଅନୁସାରେ ପ୍ରତାପ ଟିକିରା ନଦୀ ନିକଟରେ ଥିବା ଜମି ଚାଷ କରିବାକୁ ହଳ କରିବାକୁ ଯାଇଥିଲେ। ହଳ କରିବା ପରେ ମଧ୍ୟାହ୍ନ ୧୨.୩୦ ମିନିଟରେ ଟିକିରା ନଦୀକୁ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ। ସନ୍ଦେହରେ ପରିବାର ଲୋକ ଓ ଗ୍ରାମବାସୀ ନଦୀରେ ପଶି ଖୋଜିଥିଲେ। ଦୀର୍ଘ ୨ ଘଣ୍ଟା ଖୋଜଖୋଜି ପରେ ନଦୀରୁ ତାଙ୍କ ମୃତଦେହ ମିଳିଥିଲା।

ଖବର ପାଇ କୁଣ୍ଢେଇଗୋଳା ପୁଲିସ ଘଟଣାସ୍ଥଳକୁ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ରିଆମାଳ ତହସିଲ ଅନ୍ତର୍ଗତ ବୁଢାପାଳ ରାଜସ୍ଵ ନିରୀକ୍ଷକ ପହଁଚି ତଦନ୍ତ କରି ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର  ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ଜଣାଇଛନ୍ତି।

The post ଗାଧୋଇବାକୁ ଯାଇ ଟିକିରା ନଦୀରେ ବୁଡ଼ିଗଲେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3BwbToo