ଭବାନୀପାଟଣା : ଭବାନୀପାଟଣା ସଦର ବ୍ଲକ୍‌ର ବୋର୍ଡ଼ା ପଞ୍ଚାୟତରେ ମନରେଗା ଯୋଜନାରେ କାର୍ଯ୍ୟ କରି ପ୍ରାପ୍ୟ ପାଇ ନଥିବାରୁ ଶନିବାର ଶ୍ରମିକମାନେ ସଦର ବ୍ଲକ୍‌ ଘେରିଛନ୍ତି। ବୋର୍ଡ଼ା ପଞ୍ଚାୟତର ବିଭିନ୍ନ ରାସ୍ତା ଓ ପୋଖରୀ ମନରେଗା ଯୋଜନାରେ କାର୍ଯ୍ୟ ହୋଇଛି। ଏଥିରେ ଶ୍ରମିକମାନେ କାମ କରିଥିଲେ ମଧ୍ୟ ସେମାନଙ୍କୁ ପ୍ରାପ୍ୟ ମିଳିନାହିଁ। ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ମହମ୍ମଦ ସାହେବଙ୍କ ନେତୃତ୍ବରେ ପ୍ରାୟ ୩୦ ଜଣ ଶ୍ରମିକ ଭବାନୀପାଟଣା ବ୍ଲକ୍‌ ଅଫିସ ଘେରିଥିଲେ। ଏନେଇ ବିଡିଓଙ୍କୁ ପ୍ରାପ୍ୟ ପାଇଁ ଦାବି କରିଥିଲେ। ଆସନ୍ତା‌ ସୋମବାର ତଦନ୍ତ ହୋଇ ପ୍ରାପ୍ୟ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରୀତା କୁମାର ପ୍ରତିଶ୍ରୁତି ଦେଇଛନ୍ତି।

The post ମନରେଗା ପ୍ରାପ୍ୟ ପାଇଁ ବିଡିଓଙ୍କୁ ଘେରିଲେ first appeared on Sambad.

from ଜିଲ୍ଲା | Sambad https://ift.tt/2TpQTyB