
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ କାପସି ଗ୍ରାମରେ ଝାଡ଼ାବାନ୍ତିରେ ଏକାଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୪ ଜଣ ଜ୍ୟୋତ୍ସ୍ନା ନିଆଲ (୧୧), ସୁଶୀଳା ମାଝୀ (୩୪), କେତକୀ ମଶ୍ରା (୧୨), ଜକ୍ତା ନିଆଲ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ଗତକାଲି ଗ୍ରାମର ରାଜୁ ମାଝୀ, ଜଗତ ମାଝୀ, ଲଳିତା ରଣା, ମୁଷ୍ପକ ଖାନ୍ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଏବେ ମଧ୍ୟ ଗ୍ରାମରେ ୧୨ରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏ ନେଇ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ତାରାକାନ୍ତ ଦାସଙ୍କୁ ପଚାରିବାରୁ ଗ୍ରାମକୁ ବିଭାଗୀୟ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେଇଥିବା କହିଥିଲେ।
The post କାପସିରେ ଝାଡ଼ାବାନ୍ତି ଡାକ୍ତରଖାନାରେ ୪ ଭର୍ତ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3xhWl4X
0 Comments