ମାଲକାନଗିରି: କୁକୁଡା ଖାଇବାକୁ ଆସି ଫସିଗଲା ଅଜଗର। ମାଲକାନଗିରି ବ୍ଲକ ଅନ୍ତର୍ଗତ ଶିଖପାଲୀ ପଞ୍ଚାୟତର ସିଙ୍ଗରାଜଖୁଣ୍ଟା ଗ୍ରାମରେ ୯ ଫୁଟର ଏକ ଅଜଗରକୁ ଉଦ୍ଧାର କରାଯାଇଛି। ଏହି ଗ୍ରାମର କୋଷା ମାଢିଙ୍କ କୁକୁଡା ଭାଡିରେ ଅଜଗରଟି ପଶି ଗୋଟିଏ କୁକୁଡାକୁ ମାରି ଖାଇଯାଇଥିଲା।

ତେବେ କୁକୁଡାମାନେ ପାଟି କରିବାରୁ କୋଷା ଘରୁ ବାହାରି କ’ଣ ହୋଇଛି ବୋଲି କୁକୁଡା ଭାଡିରେ ଯାଇ ଦେଖିଲା ବେଳକୁ ଏକ ବିରାଟ ଅଜଗର କୁକୁଡାକୁ ଖାଇ ଶୋଇ ରହିଛି। ଏନେଇ କୋଷା ଖବର ଦେବା ପରେ ତୁରନ୍ତ ମାଲକାନଗିରିରୁ ସ୍ନେକ ହେଲପ ଲାଇନର ସଦସ୍ୟ ପହଞ୍ଚି ଅଜଗରକୁ କୁକୁଡା ଭାଡିରୁ କାଢିଥିଲେ। ତେବେ ବାହାରକୁ ଅଜଗର ବାହାରିବା ପରେ ଖାଇଥିବା କୁକୁଡାକୁ ପେଟରୁ ବାହାର କରିଦେଇଥିଲା। ଏହି ଅଜଗରକୁ ଦେଖିବା ପାଇଁ ସେଠାରେ ଭିଡ ଜମିଥିଲା। ସ୍ନେକ ହେଲପ ଲାଇନର ସଦସ୍ୟମାନେ ଅଜଗରକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ଛାଡିଥିବା ଜଣାପଡ଼ିଛି।

The post ମାଲକାନଗିରିରୁ ୯ ଫୁଟର ଅଜଗର ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3fkPsZQ