
ପାଣିକୋଇଲି : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ଷଠିପୁର କୁମ୍ଭାର ସାହି ଗଡ଼ାଣିରେ ଏକ ସରକାରୀ ଜମିରେ ଘର କରି ରହୁଥିବା ଜଣେ ମହିଳାଙ୍କ ଘରକୁ କେହି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ପୋଡ଼ି ଦେଇଛି। ସ୍ବାମୀ ପରିତ୍ୟକ୍ତା ଏହି ମହିଳା ଜଣକ ସ୍ଥାନୀୟ ଇଟାଭାଟିରେ ଶ୍ରମିକ ଭାବେ କାମ କରନ୍ତି। ଅନ୍ୟପକ୍ଷରେ ଏଠାରେ ମଦ ବିକ୍ରି ହେଉଥିବାରୁ ବାରମ୍ବାର ଗଣ୍ତଗୋଳ ହେଉଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହିଳା ଜଣକ ଘରେ ନଥିବା ସମୟରେ କେହି ନିଆଁ ଲଗାଇଦେଇଥିଲା। ଘର ସମେତ ସମସ୍ତ ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି।
The post ଘର ଜାଳିଦେଲେ ଦୁର୍ବୃତ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3iqZc6O
0 Comments