ଘଟଗାଁ : ମା’ ତାରିଣୀ ମନ୍ଦିର ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ଅପରାହ୍‌ଣରେ ତହସିଲଦାର ଜନକ ନାୟକ, ଘଟଗାଁ ଥାନା ଅଧିକାରୀ ଶ୍ୟାମଘନ ବେହେରା ମନ୍ଦିରକୁ ଆସି ଜିଲ୍ଲାପାଳଙ୍କ ନିର୍ଦେଶ ମୁତାବକ ସବୁ କାର୍ଯ୍ୟ କରାଯାଇଛି କି ନାହିଁ ତାହାର ତଦାରଖ କରିଛନ୍ତି। ମନ୍ଦିରକୁ ବିଶୋଧନ କରାଯିବା ସହ ୫ ଧାଡ଼ି ବିଶିଷ୍ଟ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ଏହା ଉପରେ ତାରପୋଲିନ ଛାଉଣି ହୋଇଛି। ସମସ୍ତ ପୂଜକ, ସେବାୟତ, କର୍ମଚାରୀ, ସୁରକ୍ଷାକର୍ମୀଙ୍କ କୋଭିଡ ପରୀକ୍ଷା କରାଯାଇଛି। ମନ୍ଦିର ଭିତର ଓ ବାହାରକୁ ସଫା କରାଯାଇଛି। ଚୁଳପକା ମଣ୍ଡପରେ ସମସ୍ତ ବ୍ୟବସ୍ଥା ହୋଇଛି। ଏନେଇ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।

ଜିଲ୍ଲାପାଳଙ୍କ ଅନୁମତି ମିଳିବା ପରେ ମନ୍ଦିର ଖୋଲିବ ବୋଲି ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ମନ୍ଦିର ଖୋଲିବା ପରେ ମା’ ତାରିଣୀ ମନ୍ଦିର କେବେ ଖୋଲିବ ସେନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଛି।

The post ମା’ ତାରିଣୀ ମନ୍ଦିର ଖୋଲିବା ପାଇଁ ପ୍ରସ୍ତୁତି ଶେଷ first appeared on Sambad.

from ଜିଲ୍ଲା | Sambad https://ift.tt/3Cou3ZD