
ବୈଶିଙ୍ଗା : କୋଭିଡ୍ କଟକଣା ଭାଙ୍ଗି ଥାନା ଘେରାଉ କରିବା ଅଭିଯୋଗରେ ବିଜେପିର ୩ ବିଧାୟକଙ୍କ ସହ ଅନେକ ବରିଷ୍ଠ ନେତାଙ୍କ ନାଁରେ ବୈଶିଙ୍ଗା ପୁଲିସ ମାମଲା ରୁଜୁ କରିଛି। ଏହି ନେତାମାନଙ୍କ ପାଇଁ ସାଧାରଣ ଲୋକ ହଇରାଣ ହୋଇଥିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ପୁଲିସ ଅଭିଯୋଗରେ ଦର୍ଶାଇଛି।
ଗତ ଜୁନ୍ ମାସରେ ଏହି ଥାନା ଅଧୀନ ଅସ୍ତପୁରାରେ ଜଙ୍ଗଲ ରାସ୍ତା ଅବରୋଧକୁ ବିରୋଧ କରିବାରୁ ବିଜେପି ନେତା ଚନ୍ଦ୍ରହାସ୍ୟ ପାଣିଗ୍ରାହୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବାବେଳେ ଘଟଣାରେ ସମ୍ପୃକ୍ତ ସବୁ ଅଭିଯୁକ୍ତଙ୍କୁ ପୁଲିସ ଏଯାଏ ଗିରଫ କରିନି। ଏହାର ପ୍ରତିବାଦରେ ଗତକାଲି ବିଜେପିର ୩ ବିଧାୟକ ଓ ଅନେକ ବରିଷ୍ଠ ନେତାଙ୍କ ସହ ଶତାଧିକ ବିଜେପି କର୍ମୀ, ବଡ଼ଗୋପାଳପୁର ଗ୍ରାମବାସୀ ଓ ଜଙ୍ଗଲ କମିଟିର ସଦସ୍ୟମାନେ ବିଶାଳ ରାଲି କରିବା ସହ ବୈଶିଙ୍ଗା ଥାନା ଘେରାଉ କରିଥିଲେ। ତେବେ ଏହି ଘେରାଉ କାର୍ଯ୍ୟକ୍ରମ ପାଇଁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ କୋଭିଡ୍ ମାର୍ଗଦର୍ଶିକାକୁ ରାଜନେତାମାନେ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ।ଜଶତାଧିକ ଲୋକ ବେଆଇନ ଭାବେ ଥାନା ସାମ୍ନାରେ ଏକତ୍ରିତ ହେବା ଏବଂ ସେମାନଙ୍କ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ବୈଶିଙ୍ଗା ପୁଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ନିଜଆଡ଼ୁ ୨୩୪/୨୧ରେ ଏକ ମାମଲା ରୁଜୁ କରିଛି। ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁ, ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ସମେତ ଅନେକ ଦଳୀୟ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
The post ୩ ବିଜେପି ବିଧାୟକଙ୍କ ନାଁରେ ମାମଲା ରୁଜୁ first appeared on Sambad.from ଜିଲ୍ଲା | Sambad https://ift.tt/3s1r1FL
0 Comments