
ଧର୍ମଗଡ଼ : ଧର୍ମଗଡ଼ ବ୍ଲକ୍ ଖନାତରା ଗ୍ରାମରେ ୨ଜଣ ବୋଲବମ୍ ଭକ୍ତଙ୍କ ସର୍ପାଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ତେବେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ବୋଲି ଧର୍ମଗଡ଼ ପୁଲିସ ସ୍ପଷ୍ଟ କରିଛି।
ସୂଚନା ମୁତାବକ ଧର୍ମଗଡ଼ ଥାନା ତମ୍ବାଛଡ଼ା ପଞ୍ଚାୟତ ଅଧୀନ ଖନାତରା ଗ୍ରାମର କିଛି ଯୁବକ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରରେ ରହି ଶ୍ରାବଣ ବ୍ରତ ପାଳୁଥିଲେ। ରାକ୍ଷୀ ପୂର୍ଣ୍ଣିମାନ ଦିନ ବ୍ରତ ଉଦ୍ଯାପନ କରି ଭୋଜିଭାତ କରିଥିଲେ। କିଛି ଯୁବକ ସେଠାରେ ଶୋଇଥିଲେ। ସକାଳୁ ସେମାନଙ୍କ ମଧ୍ୟରୁ ୨ଜଣ ନଉଠିବାରୁ ସାପ କାମୁଡ଼ିଥିବା ସନ୍ଦେହ କରି ଜଣଙ୍କୁ ନିକଟସ୍ଥ ଗ୍ରାମରେ ଝଡ଼ାଫୁଙ୍କା କରା ଯାଇଥିଲା। ଅନ୍ୟ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଗଣେଶ ହଂସ (୧୮ ବର୍ଷ) ଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ତାର ଶବ ବ୍ୟବଚ୍ଛେଦ ହେବ ବୋଲି ଧର୍ମଗଡ଼ ଆଇଆଇସି ଅଶୋକ ମାହାପାତ୍ର ସୂଚନା ଦେଇଛନ୍ତି। ତେବେ ଅନ୍ୟଜଣଙ୍କ ମୃତ୍ୟୁ ନେଇ ପୁଲିସ ପାଖରେ କୌଣସି ସୂଚନା ନାହିଁ।
ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସେମାନଙ୍କ ସହିତ ଥିବା ରଣଜିତ ହଂସ (୨୧ ବର୍ଷ)ଙ୍କର ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। କିନ୍ତୁ ଗାଁରେ ତାର ଶବ ସତ୍କାର କରି ଦିଆଯାଇଛି ବୋଲି କହିଛନ୍ତି।
The post ସାପ କାମୁଡ଼ାରେ ୨ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/3zbC4zf
0 Comments