
ନୂଆପଡ଼ା : ୧୦ ଦିନ ତଳେ ବଡ଼ବାପା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସୋମବାର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପୁତୁରାଙ୍କ ଜୀବନ ଯାଇଛି।
ସୂଚନାନୁସାରେ ରବିବାର ରାତି ୨ଟାରେ ଖରିଆର ରୋଡ୍ ପଟୁ ନୂଆପଡ଼ା ପାର୍ଶ୍ବକୁ ଯାଉଥିଲା ଏକ ମାଲଗାଡ଼ି। ଏହାର ଚାଳକ ନୂଆପଡ଼ା ରେଳ ଷ୍ଟେସନ୍ ଫାଟକ ନିକଟରେ ଏକ ମୃତଦେହ ଦେଖିବାକୁ ପାଇଥିଲେ। ସେଠାରୁ ନୂଆପଡ଼ା ଷ୍ଟେସନ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ରେଲୱ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଶବ ଜବତ କରିଥିଲା। ପରେ ଜଣାପଡ଼ିଥିଲା କି ମୃତକ ଜଣକ ସାରାବଙ୍ଗ ପଞ୍ଚାୟତର ପେଲନାପଡ଼ା ଗାଁର ସମ୍ବାରୁ ରାଉତଙ୍କ ପୁଅ ମୋତିଲାଲ ରାଉତ (୨୩ ବର୍ଷ)। ଯୁବକଙ୍କ ବଡ଼ବାପା ରାୟପୁର ନିକଟରେ ଟ୍ରେନ୍ରେ କଟି ମୃତ୍ୟୁବରଣ କରିଥିଲେ। ସୋମବାର ବଡ଼ବାପାଙ୍କ ଦଶାହ ତିଥିରେ ପୁତୁରା ଟ୍ରେନ୍ରେ କଟି ମୃତ୍ୟୁବରଣ କରିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
The post ବଡ଼ବାପାଙ୍କ ଦଶାହରେ ଟ୍ରେନ୍ରେ କଟି ପୁତୁରା ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3msgT8A
0 Comments