
ବାରିପଦା: ବାଦାମପାହାଡ଼ରୁ କେଉଁଝର (୮୦ କି.ମି.) ଏବଂ ବାଙ୍ଗରିପୋଷୀ-ଗୋରୁମହିଷାଣୀ ନୂତନ ରେଳ ଲାଇନ ନିର୍ମାଣକୁ ତ୍ବରାନ୍ବିତ କରାଯାଉ। ଏହି ନୂତନ ଲାଇନ ନିର୍ମାଣ ପାଇଁ ୧୬ ମାର୍ଚ୍ଚ ୨୦୧୫ରେ ହୋଇଥିବା ସର୍ଭେ ଅନୁସାରେ ଏଥିପାଇଁ ୫୨୧.୬୩ କୋଟି ଟଙ୍କା ଅନୁଦାନ ପାଇଁ ରେଳ ବୋର୍ଡ଼କୁ ପଠା ଯାଇଥିଲା l ପରବର୍ତୀ ସମୟରେ ରେଳ ବୋର୍ଡ଼ ତରଫରୁ ଏକ ସର୍ଭେ କରାଯାଇ ଏହି ପ୍ରକଳ୍ପ ପାଇଁ ୭୫୬.୯୪ କୋଟି ଟଙ୍କା ଆବଶ୍ୟକତା ଥିବା ଦର୍ଶାଯାଇଥିଲା। କିନ୍ତୁ ବର୍ତମାନ ଏହି ନୂତନ ପ୍ରକଳ୍ପ ରେଳ ମନ୍ତ୍ରାଳୟ ବିଚାରାଧୀନ ରହିଛି। ତେଣୁ ଏହି ଦୁଇ ପ୍ରତିକ୍ଷିତ ରେଳପଥ କାର୍ଯ୍ୟକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ଏବଂ ଏଥିପାଇଁ ଆବଶ୍ୟକୀୟ ଅର୍ଥ ଅନୁମୋଦନ ପାଇଁ ଆସନ୍ତା ରେଳ ବଜେଟରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ରମନ୍ତ୍ରୀ ରେଳମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ପ୍ରତିନିଧି ହେମନ୍ତ ଶାହା ଅନୁରୋଧ କରିଥିଲେ।
ନୂଆଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଶ୍ରୀ ଶାହା ଜିଲ୍ଲାର ରେଳ ବିକାଶ ନିମନ୍ତେ ବିଭିନ୍ନ ଆଲୋଚନା କରିଥିଲେ। ଜିଲ୍ଲାର ବହୁ ପ୍ରତିକ୍ଷିତ ପ୍ରସ୍ତାବିତ ବୁଡ଼ାମରା-ଚାକୁଳିଆ ରେଳ ଲାଇନ ସମ୍ପ୍ରସାରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରାଥମିକ ସ୍ତରରେ ଏହି ରେଳ ପଥର ବିସ୍ତାର ପାଇଁ ୨୦୦୯ ମସିହାରେ ରେଳ ବୋର୍ଡ଼ ୪୬୮ କୋଟି ତାଙ୍କ ମଂଜୁର କରିଥିଲା ଏବଂ ପରବର୍ତୀ ସମୟରେ ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ୧୧୮୫ କୋଟି ଟଙ୍କାର ଏକ ଆର୍ଥିକ ପ୍ରସ୍ତାବ ଅନୁମୋଦନ ପାଇଁ ରେଳ ମନ୍ତ୍ରାଳୟକୁ ପଠାଯାଇଥିଲା। କିନ୍ତୁ ଝାରଖଣ୍ଡ ସରକାରଙ୍କ ଦ୍ୱାରା ଝାରଖଣ୍ଡ ରାଜ୍ୟରେ ଆସୁଥିବା ଅଂଚଳରେ ଜାଗା ଆବଂଟିତ ନହେବା କାରଣରୁ ବୁଢାମରା -ଚକୁଳିଆ ରେଳପଥ ପ୍ରଶସ୍ତିକରଣରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଅସୁସ୍ଥତା କାରଣରୁ ସେ ପତ୍ର ଲେଖି ତାଙ୍କ ସାଂସଦ ପ୍ରତିନିଧି ହେମନ୍ତ ଶାହାଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିବାକୁ ପଠାଇଥିଲେ।
The post ବାଦାମପାହାଡ଼-କେଉଁଝର, ବାଙ୍ଗିରିପୋଷୀ-ଗୋରୁମହିଷାଣୀ ନୂତନ ରେଳ ଲାଇନକୁ ପରବର୍ତ୍ତୀ ବଜେଟରେ ସାମିଲ କରିବାକୁ ଅନୁରୋଧ first appeared on Sambad.
from ଜିଲ୍ଲା | Sambad https://ift.tt/2VNDFwl
0 Comments