ହରଭଙ୍ଗା : ପୁରୁଣାକଟକ ଥାନା ପୁଲିସ ଲକ୍ଷାଧିକ ଟଙ୍କାର କଫ୍‌ ସିରପ୍ ସହ ସ୍କର୍ପିଓ ଜବତ କରିଛି। ଏହି ମାମଲାରେ ପୁଲିସ ଗାଡ଼ିର ଡ୍ରାଇଭରଙ୍କୁ ଗିରଫ କରିଛି।

ଭୁବନେଶ୍ୱରରୁ ଏକ ସ୍କର୍ପିଓ ଯୋଗେ ବଲାଙ୍ଗୀରକୁ କଫ୍‌ସିରପ୍‌ ଚୋରା ଚାଲାଣ ହେଉଥିବା ଖବର ପାଇ ପୁରୁଣାକଟକ ଥାନା ପୁଲିସ ସଜାଗ ରହିଥିଲା। ବୁଧବାର ରାତିରେ ଏନ୍ଏଚ୍‌ ୫୭ର ଚାରିଛକ- ପୁରୁଣାକଟକ ମଝିରେ ପୁଲିସ ଏକ ସ୍କର୍ପିଓକୁ ଧରିଥିଲା। ଗାଡ଼ି ଯାଞ୍ଚ ପରେ ଏସ୍‌କଫ୍‌ କମ୍ପାନିର ୧୬ଟି ପେଟିରେ ଥିବା ୨୫୬୦ ବୋତଲ କଫ୍‌ ସିରପ୍ ଜବତ କରିଥିଲା। ଜବତ କଫ୍‌ ସିରପ୍‌ର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଏହି ମାମଲାରେ ପୁଲିସ ଗାଡ଼ିର ଡ୍ରାଇଭର ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଗଡ଼ରପାଲି ଗ୍ରାମର ଶ୍ୱେତାମ୍ବର ବାଗ (୩୦)ଙ୍କୁ ଗିରଫ କରିଛି। ଏହି କାରବାରରେ ଅନ୍ୟ କାହାର ସମ୍ପୃକ୍ତି ଅଛିନା ନାହିଁ ତା’ର ତଦନ୍ତ କରୁଛି। ଏ ନେଇ ପୁରୁଣାକଟକ ଥାନାରେ ଏକ ମାମଲା ରୁଜୁ କରି ଗୁରୁବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

The post ୫୬୦ ବୋତଲ କଫ୍‌ ସିରପ୍‌ ସହ ସ୍କର୍ପିଓ ଜବତ, ଜଣେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3AcRymy