ବିନିକା : ବିନିକା ବ୍ଲକ୍‌ ବାଙ୍କିଘିର୍ଡି ତଲିପଡ଼ା ଗ୍ରାମର ସୁଶିଲ ଦାଶଙ୍କ ପୁଅ ଚନ୍ଦନ ଦାଶ (୭)ର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ଗୁରୁବାର ଦିନ ପ୍ରାୟ ୧.୨୦ମି.ରେ ଚନ୍ଦନ ନିଜ ଘର ଟିଭି ପାଖରେ ଥିବା ଏକ ଡବାରୁ ଚକୋଲେଟ୍‌ କାଢ଼ୁଥିଲା। ଏହି ସମୟରେ ତା’ର ହାତ ଆଙ୍ଗୁଳିରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ଦିନ ୪ଟାରେ ପରିବାର ଲୋକ ତାକୁ ବିନିକା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖାନାର ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି। ଏ ନେଇ ବିନିକା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଚନ୍ଦନ ବାଙ୍କିଘିର୍ଡ଼ି ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗପାଲି ସ୍କୁଲରେ ଦ୍ବିତୀୟ ଶ୍ରେଣୀର ଛାତ୍ର ଥିଲା।

The post ସାପ କାମୁଡ଼ାରେ ବାଳକ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3yEvzEw