ଭବାନୀପାଟଣା : ଭବାନୀପାଟଣା ସଦର ଥାନା ଠେମରା ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାରେ ପୁତୁରାର ଟାଙ୍ଗିଆ ଚୋଟରେ କାକାର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଭବାନୀପାଟଣା ସଦର ଥାନା ଠେମରା ଗ୍ରାମରେ ପୁତୁରା ଟଙ୍କଧର ମେହେରଙ୍କ ଟାଙ୍ଗିଆ ଚୋଟରେ କାକା ପାଣ୍ଡେ ମେହେରଙ୍କ ମୃତ୍ୟୁ ହୋଇଛି। ହତ୍ୟାକାଣ୍ଡ ପରେ ଟଙ୍କଧର ମେହେର ଫେରାର ଅଛି। ଶୁକ୍ରବାର ରାତିରେ ଟଙ୍କଧର ଓ ପାଣ୍ଡେଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଶନିବାର ସକାଳୁ ପାଣ୍ଡେ ମେହେର ଜମିକୁ କାମ କରିବାକୁ ଯିବା ସମୟରେ ପୁତୁରା ଅତର୍କିତ ଭାବରେ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ପାଣ୍ଡେ ମେହେରଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ୨ବର୍ଷ ଉଭୟ ପରିବାର ମଧ୍ୟରେ ଜମିଜମା ବାବଦରେ ଏକ ମାମଲା କୋର୍ଟରେ ଚାଲିଥିବା ଜଣାପଡ଼ିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ପୁତୁରାର ଟାଙ୍ଗିଆ ଚୋଟରେ କାକାର ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3glDvDU