
ଜୟପୁର: ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥରେ ଆମ୍ବାଗୁଡ଼ା ନିକଟରୁ ଗତକାଲି ସଂଧ୍ୟା ୭ଟା ବେଳେ ଜୟପୁର ସଦରଥାନା ପୁଲିସ ୧୦ଲକ୍ଷ ଟଙ୍କାର ଗଂଜେଇ ଜବତ କରିଛି। ଘଟଣାସ୍ଥଳରୁ ଜଣେ ଗିରଫ ହୋଇଛନ୍ତି। ସେହିପରି ଗଂଜେଇ ଚୋେରା ଚାଳାଣ କରୁଥିବା ଆଇଚର (ୟୁପି-୭୦-ଏଚଟି-୦୪୧୨), ଗୋଟିଏ ମୋବାଇଲ୍ ଓ ୧୫୦୦ଟଙ୍କା ଜବତ କରିଛି। ଏହା କୋରାପୁଟ ଜିଲ୍ଲାରୁ ଉତ୍ତରପ୍ରଦେଶକୁ ଏହି ଗଂଜେଇ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଛି।
ସୂଚନା ଅନୁଯାୟୀ, ଗତ କାଲି ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଗଂଜେଇ ଚାଳାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଏସ୍ଆଇ ପିକେ ମହାନ୍ତିଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଆମ୍ବାଗୁଡା ନିକଟରେ ଭ୍ୟାନ୍ କୁ ଅଟକାଇ ଯାଂଚ କରିଥିଲେ। ଏଥିରେ କୃଷି ଉପକରଣ ରହିଥିଲା। ଗାଡ଼ିର ଚାଳକ ତଥା ମାଲିକ ଉତ୍ତରପ୍ରଦେଶର ଜୟନପୁର ଜିଲ୍ଲାର ମାରିଉ ଥାନା ଅଂଚଳର ମିଥିଲେଶ ତିୱାରୀ(୪୦)ଙ୍କୁ କାବୁ କରିଥିଲେ। ଭ୍ୟାନ୍ କୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଂଚ କରିବାରେ ଏଥିରେ ୧୦୦କିଲୋ ଗଂଜେଇ ବାହାରିଥିଲା। ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ହେବ ଏବଂ ଏହି ମାମଲାର ତଦନ୍ତ ଜାରୀ ରହିଛି ବୋଲି କହିଛନ୍ତି ସଦରଥାନା ଅଧିକାରୀ।
The post ୧୦ଲକ୍ଷ ଟଙ୍କାର ଗଂଜେଇ ଜବତ, ଜଣେ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/2Wcj4SC
0 Comments