
ଧର୍ମଶାଳା : ଗ୍ୟାସ୍ ଟାଙ୍କି ଫାଟି ବୁଧବାର ଅପରାହ୍ଣରେ ଧର୍ମଶାଳା ବଜାରରେ ଥିବା ଦୁଇଟି ଜଳଖିଆ ଦୋକାନ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଓ ଆସବାବପତ୍ର ନଷ୍ଟ ହୋଇଯାଇଛି। ଚଣ୍ତିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ପ୍ରକାଶ ଯେ, ସ୍ଥାନୀୟ ଚୋରମୁହାଁ ଗ୍ରାମର ମଧୁସୂଦନ ସାହୁଙ୍କ ପୁଅ ସଦାନନ୍ଦ ନିଜ ଦୋକାନରେ ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ଜଳଖିଆ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ତର ଫାଟିଯିବା ସହ ଦୋକାନରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣରେ ଜଳନ୍ତା ଗ୍ୟାସ୍ ଟାଙ୍କିଟି ଦୁଇଶହ ମିଟର ଦୂରରେ ପଡ଼ିଥିଲା। ସଦାନନ୍ଦ ଅଳ୍ପକେ ବର୍ତ୍ତି ଯାଇଥିଲେ। ତାଙ୍କ ଜଳଖିଆ ଦୋକାନ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ନିକଟରେ ଥିବା ସେକ୍ ବୁଦୁଆଙ୍କ ଫାଷ୍ଟ୍ ଫୁଡ୍ ଦୋକନରେ ମଧ୍ୟ ନିଆଁ ଲାଗିଯାଇଥିଲା। ଉଭୟ ଦୋକାନରେ ଥିବା ଜଳଖିଆ, ସଉଦା, ଚେୟାର, ଟେବୁଲ୍, ବାସନକୁସନ ଆଦି ଜଳି ଯାଇଥିଲା। ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଉଭୟ କ୍ଷୁଦ୍ର ବ୍ୟବସାୟୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ବଜାର କମିଟି ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି।
The post ଗ୍ୟାସ୍ଟାଙ୍କି ଫାଟି ଜଳିଗଲା ଜଳଖିଆ ଦୋକାନ first appeared on Sambad.from ଜିଲ୍ଲା | Sambad https://ift.tt/3CD6xIp
0 Comments