
କଟକ : ନକଲି ଔଷଧ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଜୁନ୍ ୧୫ରେ ରୁଜୁ କରିଥିବା ଏତଲା ରଦ୍ଦ ପାଇଁ ମେଡିଲୟେଡ ମେଡିକାମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସନ୍ନ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଶିବଙ୍କ ତରଫରୁ ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଛି, ନକଲି ଔଷଧ କାରବାର ଅଭିଯୋଗ ନେଇ ପ୍ରଥମେ ଡ୍ରଗ୍ସ ଇନ୍ସପେକ୍ଟର କଟକ ସଦର ଏସ୍ଡିଜେଏମ୍ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପ୍ରସିକ୍ୟୁସନ୍ ରିପୋର୍ଟ ଆଧାରରେ ଏହି ମାମଲା ଦାୟର କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସମାନ ପ୍ରସଂଗକୁ ନେଇ ଡ୍ରଗ୍ସ ଇନ୍ସପେକ୍ଟର କ୍ରାଇମବ୍ରାଞ୍ଚ ନିକଟରେ ଏତଲା ଦେଇଥିଲେ। ଏହି ଏତଲା ଆଧାରରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ୨୦୨୧, ଜୁନ୍ ୧୫ରେ ମାମଲା ରୁଜୁ କରି ତାଙ୍କ ସହିତ ଅନ୍ୟମାନଙ୍କୁ ଗିରଫ କରିଥିଲା।
The post ନକଲି ଔଷଧ କାରବାର ମାମଲା: ଏସ୍ଟିଏଫ୍ ଏତଲା ରଦ୍ଦ ପାଇଁ ହାଇକୋର୍ଟରେ ଶିବ ଜେନା first appeared on Sambad.from ଜିଲ୍ଲା | Sambad https://ift.tt/3xpuW0b
0 Comments