
ଲରମ୍ଭା: ପାଟଣାଗଡ଼ ଏନ୍ଏସି ଛକ ନିକଟରେ ଜଣେ ମାନସିକ ରୋଗୀଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରକାଶ ଯେ ଉକ୍ତ ରୋଗୀ ଜଣକ ରାସ୍ତାକଡ଼ରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ପାଖରେ ଥିବା ଚା’ ଦୋକାନୀ ରାଜୁ ଚାନ୍ଦ ଦେଖି ତତ୍କର୍ଷତା ଜନମଞ୍ଚଚର ସଭାପତି ଡିଙ୍ଗର କୁମ୍ଭାରଙ୍କୁ ଜଣାଇଥିଲେ। ଶ୍ରୀ କୁମ୍ଭାର ଏସ୍ଡିଏମ୍ଓ ଡା. ପୀତବାସ ସାଙ୍କୁ ଜଣାଇବା ପରେ ଡାକ୍ତରଖାନାର ବିପିଓ ଘନଶ୍ୟାମ ତ୍ରିପାଠୀ ଓ ଫାର୍ମାସିଷ୍ଟ ମନୋଜ ଆଚାର୍ଯ୍ୟ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ନେଇ ପହଞ୍ଚି ଥିଲେ। ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୁଣ୍ତରେ ୩ଟି ଷ୍ଟିଜ ହୋଇଥିବା ଓ କ୍ଷତ ସ୍ଥାନରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
The post ଚେତାଶୂନ୍ୟ ଅବସ୍ଥାରେ ମାନସିକ ରୋଗୀ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3Ah3Das
0 Comments