ଖୋର୍ଦ୍ଧା: ବାମପନ୍ଥୀ ଶ୍ରମିକ ସଂଗଠନ ଏଆଇଟିୟୁସି, ସିଆଇଟିୟୁ, ଏଆଇକେଏସ୍‌ସି, କ୍ଷେତ ମଜଦୁର ୟୁନିଅନ୍ ଓ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଜି ପୃଥକ ପୃଥକ ଭାବେ କ୍ରାନ୍ତୀ ଦିବସ ତଥା ଭାରତ ବଞ୍ଚାଅ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ପୂର୍ବାହ୍ନରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ହାତରେ ଦଳୀୟ ବ୍ୟାନର ଓ ପ୍ଲାକାର୍ଡ ଧରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଲେ। ସେଠାରେ ଶ୍ରମିକଙ୍କ ପାଇଁ ଦୈନିକ ୧୨ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ ହ୍ରାସ କରି ୮ ଘଣ୍ଟା ନିଶ୍ଚିତ କରିବା, ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିବା, ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ସୀମା ବୃଦ୍ଧି କରିବା, ଡିସେମ୍ବର ୨୦୨୧ ସୁଦ୍ଧା ସମସ୍ତଙ୍କୁ ମାଗଣା କୋଭିଡ୍ ପ୍ରତିଷେଧକ ଟିକା ପ୍ରଦାନ ଶେଷ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ନିୟନ୍ତ୍ରଣ କରିବା ଆଦି ସମ୍ପର୍କରେ ନିଜର ଦାବି ରଖିଥିଲେ।

ଏହାପରେ ଏନେଇ ଏକ ଲିଖିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସ୍‌ୟୁସିଆଇର ଆଞ୍ଚଳିକ କମିଟିର ସମ୍ପାଦକ ଅଶୋକ ସାହୁ, କୃଷକ ସଭାର ଜିଲ୍ଲା ଆବାହକ ଅନନ୍ତ ମଙ୍ଗରାଜ, ସିଆଇଟିୟୁର ଜିଲ୍ଳା ସମ୍ପାଦକ ଶୈଳେଶ କୁମାର ବଳିଆରସିଂହ, କର୍ମଚାରୀ ନେତା ଶଙ୍କର୍ଷଣ ପ୍ରଧାନ, ଶିକ୍ଷକ ନେତା କିଶୋର ଚନ୍ଦ୍ର ପରମଗୁରୁ, ଯେଗେନ୍ଦ୍ର ଦାଶ, ଗୁପ୍ତା ପାୱାର କର୍ମଚାରୀ ସଂଗଠର ନବ କିଶୋର ଜେନା, ତପନ ବେହେରା, ଜୟନ୍ତ ମହାନ୍ତି, ଅବିନାଶ ପ୍ରଧାନ, ଶ୍ରୀକାନ୍ତ ନାୟକ, କାହ୍ନା ବେହେରା, ସଂଘମିତ୍ରା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

The post ବାମପନ୍ଥୀ ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ କ୍ରାନ୍ତୀ ଦିବସ ଓ ଭାରତ ବଞ୍ଚାଅ ଦିବସ first appeared on Sambad.

from ଜିଲ୍ଲା | Sambad https://ift.tt/37vRl1G