
ବାରିପଦା: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ) ପକ୍ଷରୁ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଅଞ୍ଜନୀ ସୋରେନଙ୍କ ନେତୃତ୍ଵରେ ବିଶ୍ଵ ଆଦିବାସୀ ଦିବସ ଅବସରରେ ରାଜ୍ୟ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଜେଏମ୍ଏମ ରାଜ୍ୟ ଶାଖାର ପ୍ରତିନିଧିମାନେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍ଙ୍କୁ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡ଼ିକ ମଧ୍ୟରେ ଜନଗଣନାରେ ସ୍ଥାନୀତ କରିବା ସହିତ ଜାତିଭିତ୍ତିକ ଜନଗଣନା ଏବଂ ରାଜ୍ୟର ଏକମାତ୍ର ସ୍ଵୀକୃତ ଆଦିବାସୀ ଭାଷା ତଥା ଅଲଚିକିରେ ପ୍ରାଥମିକ ସ୍ତରରୁ ଶିକ୍ଷାଦାନ ବ୍ୟବସ୍ଥା ସାମିଲ ରହିଛି। ଆଦିବାସୀଙ୍କ ପାରମ୍ପରିକ ବିଚାର ବ୍ୟବସ୍ଥା ମାଝୀ ପାରଗାନା ମାନକି ମୁଣ୍ଡା ପାହାଡ଼ି ପଧାନି ଆଦି ବ୍ୟବସ୍ଥାକୁ ସ୍ୱୀକୃତି ଦେବା ସଙ୍ଗେସଙ୍ଗେ ପାରମ୍ପରିକ ମୁଖ୍ୟଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯାଉ ଏବଂ ହୋ ମୁଣ୍ଡାରୀ, କୁଡୁମାଲୀ ଓ କୁଡ଼ୁଖ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରାଯାଉ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ରାମଚନ୍ଦ୍ର ହାଁସଦାଃ, ରାଜ୍ୟ କୋଷାଧ୍ୟକ୍ଷ ପ୍ରହଲ୍ଲାଦ ପୂର୍ତ୍ତି, ପୂର୍ଵ ସାଙ୍ଗଠନିକ ଜିଲ୍ଲା ମୟୂରଭଞ୍ଜ ସଭାପତି ପ୍ରଭୁଦାନ ମାର୍ଣ୍ଡି, ସମ୍ପାଦକ ସୁନ୍ଦର ମୋହନ ସିଂହ, ମୟୂରଭଞ୍ଜ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅର୍ଜୁନ ର୍ମ୍ମୁମୁ, ଅନନ୍ତ ର୍ମ୍ମୁମୁ, ପଶ୍ଚିମ ସାଙ୍ଗଠନିକ ଜିଲ୍ଲା ମୟୂରଭଞ୍ଜ ସଭାପତି ରାମଚନ୍ଦ୍ର ହେମ୍ବ୍ରମ, ସମ୍ପାଦକ ସୁନାରାମ ଟୁଡୁ, ମୟୂରଭଞ୍ଜ ମହିଳା ମୋର୍ଚ୍ଚା ସଭାପତି ସରୋଜିନୀ ର୍ମ୍ମୁମୁ ପ୍ରମୁଖ ଉପସ୍ଥିତ ଥିଲେ।
The post ଜେଏମ୍ଏମ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ first appeared on Sambad.from ଜିଲ୍ଲା | Sambad https://ift.tt/3CvQsEl
0 Comments