
ଅନୁଗୁଳ/ବନ୍ତଳା : ବିଜ୍ଞାନ ଯେତେ ଆଗେଇଲେ ବି ସମାଜରୁ ଅନ୍ଧବିଶ୍ବାସ ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ। ସାପକାମୁଡ଼ାରେ ମୃତ ଜଣେ ମହିଳାଙ୍କୁ ଡାକ୍ତରଖାନାରେ ଜଣେ ଗୁଣିଆ ଝଡ଼ାଫୁଙ୍କା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ, ବନ୍ତଳା ଥାନା ଖିଣ୍ଡା ଗାଁର ନେତ୍ରମଣି ରାଉଳ(୪୬)ଗତ ରାତିରେ ଘରେ ଶୋଇଥିବାବେଳେ ତାଙ୍କୁ ଏକ ବିଷଧର ସାପ ତାଙ୍କୁ କାମୁଡି ଥିଲା। ପରିବାର ଲୋକେ ତାଙ୍କୁ ସକାଳେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଥାପି ତାଙ୍କର ଜୀବନ ଥିବା ଭାବି ପରିବାର ଲୋକେ ଜରପଡା ଥାନା ତୁବେ ଗାଁର ଜଣେ ଗୁଣିଆକୁ ଡାକିଥିଲେ। ଡାକ୍ତରଖାନାରେ ଗୁଣିଆ ମୃତ ମହିଳାଙ୍କୁ ଝଡ଼ାଫୁଙ୍କା କରିଥିଲା। କିନ୍ତୁ କିଛି ସୁଫଳ ମିଳିନଥିଲା। ବନ୍ତଳା ପୁଲିସ ଶବ ଜବତକରି ବ୍ୟବଚ୍ଛେଦ କରାଇଥିଲା।
ସୂଚନାଯୋଗ୍ୟ, ଗତବର୍ଷ ବନ୍ତଳା ଥାନା ଗଡତରାସ ଗାଁର ଜଣେ ଯୁବକଙ୍କୁ ସାପ କାମୁଡିବାରୁ ତାଙ୍କୁ ଗାଁ ଶିବ ମନ୍ଦିରରେ ଅଧିଆ ପକାଯାଇଥିଲା। ଯୁବକଙ୍କର ମୃତ୍ୟୁ ଘଟିଥିଲା।
The post ସାପ କାମୁଡ଼ାରେ ମଲେ, ଡାକ୍ତରଖାନାରେ ଝଡ଼ାଫୁଙ୍କା first appeared on Sambad.from ଜିଲ୍ଲା | Sambad https://ift.tt/389srow
0 Comments