
ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ ଅନ୍ତର୍ଭୁକ୍ତ ପୁସୁଗୁଡା ମୌଜାରେ ଆନ୍ଧ୍ରର ଏକ କମ୍ପାନି ଭିଜି ଗ୍ରାନାଏଟ ବେଆଇନ ଭାବେ ୧୦ ଏକ ଜମିକୁ ଜବରଦସ୍ତ ମାଡି ବସି ସେଠାରେ ଏକ ଫ୍ୟାକ୍ଟ୍ରି ନିର୍ମାଣ କରିଛି। ଯାହାକୁ ଜିଲ୍ଲା କଂଗ୍ରସ ବିରୋଧ କରିଛି। ଯଥାଶୀଘ୍ର ଏହି ଫ୍ୟାକ୍ଟ୍ରିକୁ ସେଠାରୁ ହଟାଇବା ନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି। ଏନେଇ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂହଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଜିଲ୍ଲାର ବରିଷ୍ଠ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଭିଜି ଗ୍ରାନାଏଟ କମ୍ପାନିର ମାଲିକ ସିଏଚ୍. ବେଣୁଗୋପାଳ ବେଆଇନ ଭାବେ ଖାତା ନମ୍ବର ୯, ୧୦୦, ଏବଂ ୧୦୧ରେ ୯ଟି ପ୍ଲଟ୍କୁ ମାଡି ବସିଛି। ଯାହାର ସମୁଦାୟ ୪.୧୦୮ ହେକ୍ଟର ବୋଲି ଜଣାପଡିଛି। ପୁଣି ସିଏଚ୍ ବେଣୁଗୋପାଲ ଯେଉଁ ମାଇନିଂ ସେଠାରେ ଆରମ୍ଭ କରିଛନ୍ତି ତାହା ସେ ନେଇଥିବା ଲିଜରୁ ଆହୁରି ଅଧିକା ଜାଗାକୁ ନିଜ ଅକ୍ତିଆରରେ ରଖି ସେ ମାଇନିଂ କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଏହାସହ ସରକାରୀ ଜାଗାରେ ସେ ଘରଦ୍ବାର ମଧ୍ୟ କରିସାରିଲେଣି।
ପ୍ରକାଶ ଥାଉକି, ଗତ କିଛିଦିନ ତଳେ ଜିଲ୍ଲାପାଳ ଏହି ସିଏଚ୍ ବେଣୁଗୋପାଲଙ୍କର ଲଘୁ ଖଣିଜ ପାଇଁ ଯେଉଁ ମିଥ୍ୟା ସଲ୍ଭେନ୍ସି ଦାଖଲ କରିଥିଲେ ତାକୁ ରଦ୍ଦ କରିଥିଲେ। ସିଏଚ୍ ବେଣୁଗୋପାଲ ଚଞ୍ଚକତା କରି ୭ଟି ଲଘୁ ଖଣିଜ ହାତେଇଥିଲେ। ଯାହାଫଳରେ ତତ୍କାଳୀନ ଜିଲ୍ଲାପାଳ ୟାଦୁଲେ ବିଜୟଙ୍କୁ ବଦଳି ହେବାକୁ ପଡିଥିଲା। କଂଗ୍ରେସ ଦେଇଥିବା ସରକାରୀ ଜମି ଗୁଡିକର ତାଲିକା ହେଲା, ଖାତା ନମ୍ବର ୯୮ର ପ୍ଲଟ ନମ୍ବର ୭୫୬ ଗ୍ରାମ୍ୟ ଜଙ୍ଗଲ ହୋଇଥିବା ବେଳେ ୦.୯୬୭ ହେକ୍ଟର, ୭୬୧ ପ୍ଲଟ ଜଂଗଲ ଜମି ହୋଇଥିବା ବେଳେ ତାହା ୦.୧୭୦ ହେକ୍ଟର, ୭୬୪ ପ୍ଲଟ ନମ୍ବର ଗୋଚର ଜମି ହୋଇଥିବା ବେଳେ ତାହା ୦. ୩୯୬ ହେକ୍ଟର, ୭୬୭ ପ୍ଲଟ ନମ୍ବର ଜଙ୍ଗଲ ଜମି ହୋଇଥିବା ବେଳେ ତାହା ୦.୫୭୫ ହେକ୍ଟର, ପ୍ଲଟ ନମ୍ବର ୭୬୮ ଗୋଚର ଜମି ହୋଇଥିବା ବେଳେ ତାହା ୦.୨୨୬ ହେକ୍ଟର।
ସେହିପରି ଖାତା ନମ୍ବର ୧୦୦ର ପ୍ଲଟ ନମ୍ବର ୭୬୫ ହେଉଛି ପତୀତ ଜମି ଯାହା ୦.୫୭୫ ହେକ୍ଟର, ପ୍ଲଟ ନମ୍ବର ୭୬୬ ଯାହା ପତୀତ ଜଙ୍ଗଲ କିସମ ହୋଇଥିବା ବେଳେ ଯାହା ୧.୧୭୦ ହେକ୍ଟର। ଖାତା ନମ୍ବର ୧୦୧ ଏବଂ ପ୍ଲଟ ନମ୍ବର ୭୫୯ ଯାହା ପଥର ବାଣି କିସମ ହୋଇଥିବା ବେଳେ ତାହା ୦.୦୨୯ ହେକ୍ଟର ବୋଲି କୁହାଯାଇଛି। ମୋଟ୍ ୪.୧୦୮ ହେକ୍ଟର ଜମି ସିଏଚ୍ ବେଣୁଗୋପାଲ ଜବରଦସ୍ତ ମାଡି ବସି ନିଜର ଫ୍ୟାକ୍ଟ୍ରି ନିର୍ମାଣ କରିଥିବା କଂଗ୍ରେସ ଜିଲ୍ଲାପାଲଙ୍କ ନିକଟରେ ଅଭିଯୋଗ କରିଛି। ଯାହାକୁ ତୁରନ୍ତ ରଦ୍ଦ କରାଯିବା ପାଇଁ ଦାବି କରାଯାଇଛି। ମୋଟୁ ତହସିଲ ପକ୍ଷରୁ ଏହାକୁ ଦିଆଯାଇଥିବାରୁ ଏହାର ତଦନ୍ତ କରାଯାଇ ତୁରନ୍ତ ଏହି ଚଞ୍ଚକତା ପଛରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା।ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢୀ, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, କେଶୁ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
The post ୧୦ ଏକର ସରକାରୀ ଜମିରେ ବେଆଇନ ପ୍ରୋସେସ ୟୁନିଟ ସ୍ଥାପନ ନେଇ କଂଗ୍ରେସର ଦାବିପତ୍ର ପ୍ରଦାନ first appeared on Sambad.from ଜିଲ୍ଲା | Sambad https://ift.tt/3jThtsK
0 Comments