
ଜୟପୁର: କୋରାପୁଟ ଜିଲ୍ଲା ବିଜୁ କୃଷକ ମଂଚ ସଭାପତି ତଥା ପୂର୍ବତନ ଟାଙ୍କୁଆ ପଂଚାୟତର ସରପଂଚ ରାମ ସାମନ୍ତରାୟଙ୍କର ଆଜି କୋରାପୁଟ ଏସଏଲଏନ୍ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତ କିଛି ଦିନ ହେବ ଅସୁସ୍ଥ ହୋଇ ସେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା। ସେ ଜଣେ ଧର୍ମପରାୟଣ, ପରୋପକାରୀ, ମିଷ୍ଠଭାଷୀ, ମେଳାପୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କ ମରଶରୀରକୁ ଟାଙ୍କୁଆପଂଚାୟତର ଥୁରୁଡ଼ିପୁଟବାସଭବନକୁ ଅଣାଯାଇଥିଲା। ଏଠାରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବରିଷ୍ଠ ନେତା ବାଲା ରାୟ, ଓକିଲ ସଂଘ ସଭାପତି ସରୋଜ ଦାଶ, ମାଧବ ରଥ, ଟୁନା ପାଣିଗ୍ରାହୀ, ଅଶୋକ ଜେନା, ସରପଂଚ ମଦନ ଗାଧବା ପ୍ରମୁଖ ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ ବିଜେଡି ନେତ୍ରୀ ଡ.ଇନ୍ଦିରା ନନ୍ଦ, ବରିଷ୍ଠ ନେତା ଅନୁପ ପାତ୍ର, ବିଜେପିର ରାଜ୍ୟ ସ୍ଥାୟୀ ସଦସ୍ୟ ଗୌତମ ସାମନ୍ତରାୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସାବନ ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
The post ଜିଲ୍ଲା ବିଜୁ କୃଷକ ମଂଚ ସଭାପତି ରାମ ସାମନ୍ତରାୟଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3xEa6dI
0 Comments