କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ର ଅନେକ ଗାଁରେ ପ୍ରଧାନମନ୍ତ୍ରୀ କୃଷିବୀମାରେ ଚଂଚକତା ହୋଇଛି। ଏ ନେଇ କଂଟାବାଞ୍ଜି ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଏହାର ତଦନ୍ତ ଜୋରସୋରରେ ଜାରି ରଖି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରୁଛି। ଅଭିଯୋଗକୁ ଆଧାର କରି ରବିବାର ପୁଲିସ ୩ଜଣ ସିଏସ୍‌ସି ମାଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ସେହିପରି ତୁରେକେଲା ବ୍ଲକ୍‌ ଡଙ୍ଗାମରା ଗାଁର ଛବିମୟ ପୁଟେଲ କଂଟାବାଞ୍ଜି ଥାନାରେ ଏତଲା ଦେଇଥିଲେ ଯେ ତାଙ୍କ ଜମିରେ ନକଲି ଜମି ମାଲିକ ସାଜି ୫ ଗୋଟି ପ୍ଲଟ୍‌ରେ ପ୍ରଧାନମନ୍ତ୍ରୀ କୃଷିବୀମା କରାଯାଇଛି। ଏହି ଅଭିଯୋଗକୁ ଅଧାର କରି ପୁଲିସ ଚାଉଲଶୁଖା ଗାଁର ସିଏସ୍‌ସି ମାଲିକ ବୈଲୋଚନ ମେହେର, ଦଲାଲ ପ୍ରହଲ୍ଲାଦ ମେହେର ଏବଂ ଯଦୁପତି ମେହେରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ତଦନ୍ତରୁ ସେମାନେ ନକଲି ଦସ୍ତଖତ କରି ଶହ ଶହ ଏକର ଜମିରେ ନକଲି ଜମି ମାଲିକ ସାଜି  କୃଷି ବୀମା କରିଥିବା ଜଣାପଡ଼ିଥିଲା। ଫଳରେ ସୋମବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ସତ୍ୟଜିତ କଣ୍ଡଲକେଲ ସୂଚନା ଦେଇଛନ୍ତି।

The post ଅସଲି ଜମିରେ ନକଲି କୃଷିବୀମା ମାମଲା: ଜେଲ ଗଲେ ୨ ଦଲାଲ ଓ ଜଣେ ସିଏସ୍‌ସି ମାଲିକ first appeared on Sambad.

from ଜିଲ୍ଲା | Sambad https://ift.tt/3s4kqKN