ସୁନ୍ଦରଗଡ଼: ଆଜି ସକାଳ ୯ଟା ୪୫ରେ ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ, ଏନ୍ ଆର୍ ଏଚ୍ ଏମ୍ ମିଶନ  ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ସଚିବ ଅଧିକାରୀମାନେ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ନିର୍ମାଣାଧୀନ ମେଗା ପ୍ରକଳ୍ଫ ଓ ଏନଟିପିସି ମେଡିକାଲ ପରିଦର୍ଶନ ସହ ସମୀକ୍ଷା କରିଛନ୍ତି। ସକାଳ ୮ଟା ୩୦ରେ  ଝାରସୁଗୁଡ଼ାର ଵୀର ସୁରେନ୍ଦ୍ର ସାଏ ଵିମାନ ବନ୍ଦରରେ ଓହ୍ଲାଇବା ପରେ ପ୍ରଥମେ କୁଣ୍ଡୁକେଲା ଗ୍ରିଡ ସବଷ୍ଟେସନ, ଭେଡାବାହାଲ କୋଲ କରିଡର, ଭବାନୀପୁର ଅଙ୍ଗନବାଡି କେନ୍ଦ୍ର, କିଞ୍ଜିର୍ମା ସରକାରୀ ଉଚ୍ଚ ଵିଦ୍ୟାଳୟ ଓ ଏନଟିପିସି ମେଡିକାଲ କଲେଜ, ହସ୍ପିଟାଲ ପରିଦର୍ଶନ କରିଛନ୍ତି। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭିନିଲକ୍ରିଷ୍ଣା ମଧ୍ୟ ଆସିଥିବା ଜଣାଯାଇଛି ।

The post ମୁଖ୍ୟ ଶାସନ ସଚିଵ ଓ ୫ଟି ସଚିବଙ୍କ ସୁନ୍ଦରଗଡ଼ ଗସ୍ତ: ବିଭିନ୍ନ ପ୍ରକଳ୍ପ ଓ ଏନଟିପିସି ମେଡିକାଲ୍ ପରିଦର୍ଶନ first appeared on Sambad.

from ଜିଲ୍ଲା | Sambad https://ift.tt/2WTrEWv