ଦାନଗଦୀ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାଘବାହାଳିଠାରେ ଥିବା ସସ୍ମିତା ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଆଜି ଦିନ ଦି’ପହରରେ ବନ୍ଧୁକ ଓ ଭୁଜାଲି ଦେଖାଇ ୩ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଏନେଇ ପେଟ୍ରୋଲ ପମ୍ପ ମାଲିକ କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି।

ସେ ଦର୍ଶାଇଛନ୍ତି ଯେ ପମ୍ପର ମ୍ୟାନେଜର କ୍ଷେତ୍ରବାସୀ ମୁଦୁଲି ଆଜି ଦିନ ସାଢ଼େ ଗୋଟାଏ ବେଳେ ଷ୍ଟେଟ ବ୍ୟାଙ୍କ ଡୁବୁରି ଶାଖାକୁ ଟଙ୍କା ଜମା କରିବାକୁ ବାଇକ ଯୋଗେ ଯାଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଡୁବୁରି ବଙ୍ଗଳା ଛକ ମଝି ବାଇସାହିଠାରେ ମ୍ୟାନେଜରଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ସେ ପ୍ରତିବାଦ କରିବାରୁ ଭୁଜାଲି ଓ ବନ୍ଧୁକ ଦେଖାଇ ୩ ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ଅଭିଯୋଗ ପାଇ ପୁଲିସ ଏ ସଂକ୍ରାନ୍ତରେ ନମ୍ବର ୧୮୭/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏଠାରେ ସୂଚାଇ ଦିଆଯାଇପାରେ ଯେ ୪-୫ବର୍ଷ ତଳେ ଏହି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୮ଲକ୍ଷ ଟଙ୍କା ଲୁଟ୍‌ ‌ହୋଇଥିଲା।

The post ବନ୍ଧୁକ ଦେଖାଇ ୩ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3yzxhHf