
ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ କାଏମା-କୋତପୁର କେଲୁଅ ନଦୀବନ୍ଧ ରାସ୍ତାର ଗୋପନଗର ଗାଁ ନିକଟରେ ଆଜି ସକାଳ ପ୍ରାୟ ୯ଟାରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ କୋତପୁର ପଞ୍ଚାୟତ ଭଗବାନପୁର ଗ୍ରାମର ପ୍ରଶାନ୍ତ ବେହେରା(୩୨)।
ପ୍ରଶାନ୍ତ ଏକ ବାଇକ୍ରେ ଜାରକା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ପ୍ରଶାନ୍ତଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଅମିୟ କୁମାର ପରିଡ଼ା, ମଳୟ ସାମଲ, କୈଳାସ ଲେଙ୍କା, ଶୁଭ୍ରଜିତ ସାମଲ, ବିକ୍ରମ ସାମଲ, ନରହରି ନାୟକ ପ୍ରମୁଖ ଶେଷଦର୍ଶନ କରିଥିଲେ। ପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ଓ ବାଇକ୍ ପଛରେ ବସିଥିବା ଅନ୍ୟଜଣେ ଯୁବକ ମଧ୍ୟ ଏଥିରେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
The post ବାଇକ୍ ଧକ୍କାରେ ଯୁବକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3ivZcm4
0 Comments