ଡୁଡୁକା : ଆଗଲପୁର (ଡୁଡୁକା) ବ୍ଲକ୍ ଆଗଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୁକ୍ତକୁ ଗିରଫ ଦାବି କରି ବ୍ଲକ୍‌ର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ଏଥିଯୋଗୁଁ ବ୍ଲକ୍‌ ଅଫିସର ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି।

ପ୍ରକାଶ ଯେ ଆଗଲପୁର ପିଇଓ ପ୍ରବୀଣ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସର୍ବେକ୍ଷଣ କରୁଥିବା ସମୟରେ ଇଂସା ଗ୍ରାମର ବିକାଶ ଭୋଇ ଗାଳିଗୁଲଜ କରିବା ସହ ରଫାରେ ଆକ୍ରମଣ ଉଦ୍ୟମ କରି ବାଇକ ନେଇ ଯାଇଥିଲେ। ଏହାକୁ ଭିତ୍ତି କରି ଶ୍ରୀ ପାଣିଗ୍ରାହୀ ଆଗଲପୁର ଫାଣ୍ଡିରେ ଏତଲା ଦେଇଥିଲେ। ଇତିମଧ୍ୟରେ ୪୮ଘଣ୍ଟା ବିତିଯାଇଥିଲେ ହେଁ ଏଯାଏ ଅଭିଯୁକ୍ତକୁ ଗିରଫ କରି ନାହିଁ। ଏହାର ପ୍ରତିବାଦରେ ବ୍ଲକ୍‌ର ଅଧିକାରୀ, ଏଇଇ, ମୁଖ୍ୟ କିରାଣି, ଏଓ, ସିପି, ଏସିପି, ମନରେଗା କର୍ମଚାରୀ, ଜିଆର୍‌ଏସ୍‌, ପିଇଓ ତଥା ସମସ୍ତ କର୍ମଚାରୀ କଲମଛାଡ଼ ଆନ୍ଦୋଳନରେ ବସିଛନ୍ତି। ଅଭିଯୁକ୍ତ ଗିରଫ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ମତ ଦେଇଛନ୍ତି।

The post ଆଗଲପୁର ପିଇଓଙ୍କୁ ଆକ୍ରମଣ ଉଦ୍ୟମ ଘଟଣାର ଅଭିଯୁକ୍ତକୁ ଗିରଫ ଦାବି, ବ୍ଲକ୍‌ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ first appeared on Sambad.

from ଜିଲ୍ଲା | Sambad https://ift.tt/3j3ND5R