
ଯୁଯୁମୁରା : ଶନିବାର ରାତି ପ୍ରାୟ ୧୦ଟା ୩୦ରେ ଯୁଯୁମୁରା ବନଖଣ୍ଡ ମରମଜୁରି ନିକଟରୁ ଏକ ଶାଳ କାଠ ବୋଝେଇ ମିନି ଟ୍ରକ (ଓଆଇଏସ ୦୧୮୨)କୁ ବନ ବିଭାଗ ଜବତ କରିଛି। ଅନ୍ଧାରର ସୁଯୋଗ ନେଇ ଗାଡ଼ିରେ ଥିବା ଲୋକେ ଫେରାର ହୋଇ ଯାଇଛନ୍ତି। ପୂର୍ବରୁ ଖବର ପାଇ ସଦର ରେଞ୍ଜର ଅକ୍ଷୟ ମହାରଣା, ଯୁଯୁମୁରା ଫରେଷ୍ଟର ସୁନିଲ ଖିଲାରୀ ଦଳ ବଳ ସହ ଛକି ରହି ଉକ୍ତ ଗାଡ଼ିକୁ ଧରିଥିଲେ। ଗାଡ଼ିରେ ୧୮ ଖଣ୍ଡ ବୃହତ୍ ଶାଳ ଗଣ୍ଡି ଥିଲା। ଯାହାର ଆନୁମାନିକ ଆକାର ୧୦୦ ସିଏଫ୍ଟି ଓ ବଜାର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ସଦର ରେଞ୍ଜର ଶ୍ରୀ ମହାରଣା ସୂଚନା ଦେଇଛନ୍ତି।
The post ଶାଳକାଠ ବୋଝେଇ ମିନି ଟ୍ରକ୍ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3j7AdWq
0 Comments