ପଦ୍ମପୁର : ଶ୍ରାବଣ ମାସ ବିଦାୟ ନେଉଥିବା ବେଳେ ବର୍ତ୍ତମାନ ମୂଷଳ ଧାରାରେ ବର୍ଷା ବଦଳରେ ଅଗ୍ନିବର୍ଷା ହେଉଛି। ଭୟଙ୍କର ମରୁଡ଼ିରୁ ରକ୍ଷା ପାଇବା ପାଇଁ ପଦ୍ମପୁର ଉପଖଣ୍ତ ଲମ୍ବରଜୁନା ଓ ଲୁହୁରାକୋଟ୍‌ ଗ୍ରାମରେ ଜଳବୃଷ୍ଟି ଆଶାରେ ବେଂଗ-ବେଂଗୁଲି ବିବାହ ଓ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଲମ୍ବରଜୁନାଠାରେ ବେଂଗ-ବେଂଗୁଲି ବିବାହ କରାଯାଇଥିଲା। ବର ପକ୍ଷରୁ ସନନ୍ଦ ବାରିକ, ଚିନ୍ତାମଣି ବିଶ୍ବାଳ, ଅଭି ଧରୁଆ, ଶ୍ରୀମୁଖ ନାଏକ, ଅଲେଖ ବିଭାର ଓ କନ୍ୟା ପକ୍ଷରୁ ମାଧବ ବରିହା, ଦାଶରଥି ବିଶ୍ବାଳ, ମଧୁମୟ ବିଶ୍ବାଳ, ଭାନୁଶଂକର ବିଶ୍ବାଳ, କୈଲାସ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଲୁହୁରାକୋଟ୍‌ରେ ଗ୍ରାମର ସମସ୍ତ ଦେବାଦେବୀ ପୂଜା ପରେ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା। ନାମଯଜ୍ଞରେ ଅରକ୍ଷିତ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ସିନ୍ଧୁସୂତା ପ୍ରଧାନ କର୍ତ୍ତା ଭାବରେ ଦାୟିତ୍ବ ତୁଲାଇ ଥିବାବେଳେ ସୁବଳ ହୋତା ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ପଦ୍ମପୁର ସାହୁପଡ଼ା, ଛତିଶଗଡ଼ର ମେଦିନୀପୁର, କ୍ଷୀରାପାଲି ମହିଳା ସଂକୀର୍ତ୍ତନ୍ୟ ମଣ୍ତଳୀ ଏଥିରେ ଯୋଗଦାନ କରିଥିଲେ। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା।

The post ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲି ବିବାହ ଓ ନାମଯଜ୍ଞ first appeared on Sambad.

from ଜିଲ୍ଲା | Sambad https://ift.tt/3jU6NKH