ସମ୍ବଲପୁର : ସମ୍ବଲପୁର ଅଞ୍ଚଳର ଜଣେ ଯୁବତୀ ପାଖା ପାଖି ମାସେ ତଳେ ବିବାହ କରିଥିଲେ। ତେବେ ବାପ ଘରକୁ ଆସିଥିବା ବେଳେ ତାଙ୍କ ପ୍ରେମିକ ସହ ଘର ଛାଡ଼ି ଚାଲି ଯାଇଥିଲେ। ଏ ଖବରକୁ ନେଇ ସମ୍ବଲପୁରରେ ଚର୍ଚ୍ଚା ଜୋରଧରିଥିବା ବେଳେ ଯୁବତୀଙ୍କୁ ତାଙ୍କ ସ୍ବାମୀ ନେବା ପାଇଁ ମନା କରିଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଯୁବତୀ ଜଣକୁ ତାଙ୍କ ଇଚ୍ଛା ବିରୋଧରେ ବିବାହ କରାଯାଇଥିଲା। ଏ ନେଇ ଯୁବତୀ ଜଣକ ତାଙ୍କ ସ୍ବାମୀଙ୍କୁ ମଧ୍ୟ କିଛି ଜଣାଇ ନଥିଲେ। ତେବେ ଯୁବତୀ ଜଣକ ତାଙ୍କ ବାପ ଘରକୁ କିଛି ଦିନ ତଳେ ନେଉଟାଣି ଆସିଥିଲେ। ସେଠାରେ ତାଙ୍କ ପ୍ରେମିକ ସହ ଯୋଗାଯୋଗ କରିଥିଲେ। ସେ ଓ ତାଙ୍କ ପ୍ରେମିକ ଯୋଜନା ମୁତାବକ ଘର ଛାଡ଼ି ଚାଲି ଯାଇଥିଲେ। ପରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଏହା ପରେ ଯୁବତୀଙ୍କ ସ୍ବାମୀ ମଧ୍ୟ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଯୁବତୀଙ୍କୁ ଗ୍ରହଣ କରିବା ପାଇଁ ତାଙ୍କ ସ୍ବାମୀ ମନା କରିଦେଇଥିଲେ।

ସ୍ବାମୀ ଗ୍ରହଣ କରିବା ପାଇଁ ମନା କରିବା ପରେ ଯୁବତୀଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ଘରକୁ ନେବାକୁ ରାଜି ହୋଇ ନଥିଲେ। ଯୁବତୀଙ୍କୁ ତାଙ୍କ ପ୍ରେମିକ ବିବାହ କରିବା ପାଇଁ ରାଜି ଥିବା ବେଳେ ପ୍ରେମିକଙ୍କ ପରିବାର ମଧ୍ୟ ବିବାହରେ ରାଜି ଥିବା ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିବାର ଲୋକେ ନେବାକୁ ମନା କରିବାରୁ ପୁଲିସ ବାଧ୍ୟହୋଇ ଯୁବତୀଙ୍କୁ ଏକ ଆଶ୍ରମରେ ରଖିଥିବା ଜଣାପଡ଼ିଛି।

The post ବାହାଘର ପରେ ପ୍ରେମିକ ସହ ଚାଲିଗଲେ ଯୁବତୀ, ପରେ ସ୍ୱାମୀ ନେବାକୁ ମନା କଲେ first appeared on Sambad.

from ଜିଲ୍ଲା | Sambad https://ift.tt/3seyIIN