ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଚିରିକିପଡ଼ାଶାସନ ଗ୍ରାମ ପୁରୁଣା ବସ୍‌ଷ୍ଟାଣ୍ଡରେ ଥିବା ପୁରୁଷୋତ୍ତମ ମହାରଣା ବଢ଼େଇଶାଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୌଣସି କାରଣରୁ ଗତ ବିଳମ୍ବିତ ରାତିରେ ଶାଳ ଭିତରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏଥିରେ ପାଞ୍ଚଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଖଟ, ଆଲମିରା, ସୋଫାସେଟ୍‌ ସମେତ ବିଭିନ୍ନ କାଠ ତିଆରି ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି।

ସେହିପରି ଗୋଟିଏ ଗାଈ ପୋଡ଼ିଯାଇ ଗୁରୁତର ହୋଇଥିବା ସୂଚନା ମିଳିଛି। ମାଲିକ ପୁରୁଷୋତ୍ତମଙ୍କ ସ୍ବାସ୍ଥ୍ୟ ଖରାପ ହେତୁ ସେ ଗତକାଲି ରାତିରେ ବସ୍‌ ଯୋଗେ ଭୁବନେଶ୍ବର ଚିକିତ୍ସା ପାଇଁ ଯାଇଥିଲେ। ଉଦ୍ଦେଶ୍ୟମୂଳକ ଭାବେ କୌଣସି ଦୁର୍ବୃତ୍ତ ଶାଳ ଭିତରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ପୋଲସରା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

The post ବଢ଼େଇଶାଳରେ ଭୟାବହ ଅଗ୍ନିକାଣ୍ଡ, ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ନଷ୍ଟ first appeared on Sambad.

from ଜିଲ୍ଲା | Sambad https://ift.tt/3ztTE1x