ଜୟପୁର:ଜୟପୁର ବ୍ଲକ କଙ୍ଗା ଅଂଚଳରେ ସାରର ଅଭାବ ଦେଖା ଦେଇଛି । ଏହା ସାଙ୍ଗକୁ ଡିଲରମାନେ ଚାଷୀଙ୍କୁ ସାର ଯୋଗାଇବା ବଦଳରେ ୭୦୦ରୁ ୮୦୦ଟଙ୍କା ଚଢ଼ାଦରରେ ବିକ୍ରୀ କରୁଥିବା ଅଭିଯୋଗ କରିଛନ୍ତି କଙ୍ଗା ପଂଚାୟତର ଚାଷୀ। ଆଜି ସଲପିଆଗୁଡ଼ା, ପୁଜାରୀଗୁଡା, ପକନାଗୁଡା, ଦଳାଇଗୁଡା, ଷ୍ଟେସନ କଙ୍ଗା, ଖଡ଼ପା, ଭାଜିଗୁଡା, ରନ୍ଧାରୀଗୁଡା, ଖଟଲାଗୁଡା, ପାକୁଳୁଗୁଡ଼, ରାଉଁଳିଗୁଡ଼ା, ସାନମୁଣ୍ଡାଗୁଡ଼ା, କଟ୍ରିୟାଗୁଡ଼ା, ଗୌଡ଼ଗୁଡ଼ା, ଧଡ୍ରୀଗୁଡ଼ା, ଗୁଜିଂଗୁଡ଼ା, ହାଟକଙ୍ଗା, କଦମଗୁଡ଼ା,ଭୀମାଗୁଡା, ଡୁମୁରାଗୁଡାର ଶତାଧିକ ଚାଷୀ ମେଳି କରିଥିଲେ। ଆସନ୍ତା ମଙ୍ଗଳବାର ଦିନ ଏହି ସବୁ ଗାଁର ଶତାଧିକ ଚାଷୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଚାଷୀମାନେ କୁମୁଲିପୁଟ ଲ୍ୟାମ୍ପ ଓ କଙ୍ଗା ସାର ଡିଲରଙ୍କ ପାଖକୁ ବାରମ୍ବାର ଯିବା ପରେ ବି ସେମାନେ ପର୍ଯ୍ୟାପ୍ତ ପରିମାଣର ସାର ପାଇ ନଥିବା ଅଭିଯୋଗ କରିଛନ୍ତି। ଆବଶ୍ୟକ ୟୁରିଆ ସାର ମିଳୁ ନଥିବାରୁ କିଭଳି ଏବର୍ଷ ଖରିଫରେ ଧାନ ଉତ୍ପାଦନ ହେବ ସେ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ।

ପ୍ରଶାସନ ତୁରନ୍ତ ଆଶୁ ପଦକ୍ଷେପ ନ ନଲେ ଚାଷୀମାାନେ ଆସନ୍ତା ମଙ୍ଗଳବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବାକୁ ଚେତାବନୀ ଦେଇଛନ୍ତି। ସେଭଳି ସାରର ଅଭାବି ବିକ୍ରୀ ସୃଷ୍ଟି କରୁଥିବା କିଛି ନ୍ୟସ୍ତସ୍ବାର୍ଥ ସରକାରୀ ଅଧିକାରୀ, ଡିଲରମାନଙ୍କର ଧରପଗଡ଼ ହେଉ ବୋଲି ଏମାନେ ଦାବି କରିଛନ୍ତି।

The post କଙ୍ଗା ଅଂଚଳରେ ସାର ଅଭାବକୁ ନେଇ ଚାଷୀ ମେଳି: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବାକୁ ଚେତାବନୀ first appeared on Sambad.

from ଜିଲ୍ଲା | Sambad https://ift.tt/38pOF5T