
ହରଭଙ୍ଗା : ଏକବିଂଶ ଶତାବ୍ଦୀରେ ବିକାଶ ଓ ସ୍ୱାସ୍ଥ୍ୟ ସେବାର ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅଡେନିଗଡ଼ ପଞ୍ଚାୟତ ଅନ୍ତର୍ଗତ ଫାଲପାଜୁ ଗ୍ରାମରେ। ରାସ୍ତା ନଥିବା ହେତୁ ଝାଡା ରୋଗରେ ପୀଡ଼ିତ ୨ ଜଣ ଯୁବତୀଙ୍କୁ ୬କିମି ଭାରରେ ବୋହି ଆଡେନିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।
ପ୍ରାପ୍ତ ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡେନିଗଡ ଗ୍ରାମ୍ ପଞ୍ଚାୟତ ଅନ୍ତର୍ଗତ ଫାଲପାଜୁ ଗ୍ରାମରେ ରବିବାର ଝାଡ଼ା ରୋଗରେ ପୀଡିତ ୨ଜଣ ଯୁବତୀ ଗୁରୁତର ହୋଇ ପଡ଼ିଥିଲେ। ଫାଲପାଜୁ ଗାଁକୁ ରାସ୍ତା ନଥିବା ହେତୁ ଜଂଗଲ ରାସ୍ତା ଦେଇ ଆମ୍ବୁଲାନସ ଯିବା ସମ୍ଭବ ହୋଇନଥିଲା। ଫଳରେ ନିରୁପାୟ ହୋଇ ପରିବାର ଲୋକ ଦୁଇଟି ବାଉଁଶ ନିର୍ମିତ ବଡ ଟୋକେଇ (ଭୁଗା) ରେ ବସାଇ ଦୁଇ ଯୁବତୀଙ୍କୁ ଭାର କରି ପ୍ରାୟ ୬ କିମି ରାସ୍ତା ବୋହି ସୋମବାର ଦିନ ଆଡ଼େନିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେl ଚିକିତ୍ସା ହେବା ପରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣା ପଡ଼ିଛି। ତେବେ ଏହି ଗାଁକୁ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।
The post ମାଗଣା ଆମ୍ବୁଲାନ୍ସ ସେବା କେଉଁ କାମକୁ? ୬ କିମି ବୁହାହୋଇ ଡାକ୍ତରଖାନା ଆସିଲେ ଯୁବତୀ first appeared on Sambad.from ଜିଲ୍ଲା | Sambad https://ift.tt/2VmtQoO
0 Comments