
ବାଲିକୁଦା : ଯାଜପୁର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ତାଳୁଆ ବାଲିକୁଦା ବିଦେଶୀ ମଦ ଦୋକାନରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ମଦ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମଦ ଚୋରି ସମ୍ପର୍କରେ ଗୁରୁବାର ସକାଳୁ ଦୋକାନର କର୍ମଚାରୀମାନେ ଜାଣିବାକୁ ପାଇଥିଲେ। ଗତକାଲି ବିଳମ୍ବିତ ରାତିରେ ଉକ୍ତ ମଦ କାଉଣ୍ଟରକୁ ଲାଗିଥିବା ଏକ ଗୋଦାମ ଘରର ଛାତ ଟିଣ ଚଦର ତାଡ଼ି ଚୋରମାନେ ଭିତରେ ପଶିଥିଲେ। ଗୋଦାମ ଭିତରେ ଥିବା ୨୦ ପେଟି ବିଦେଶୀ ମଦ ଚୋରି କରି ନେଇଥିଲେ। ଚୋରି ମଦର ମୂଲ୍ୟ ଏକଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଗତ ମଙ୍ଗଳବାର ରାତିରେ ବରପଦା ଗ୍ରାମର ବୃନ୍ଦାବନ ଧଳଙ୍କ ଘରୁ ଚୋରମାନେ ଟଙ୍କା, ସୁନା ଓ ରୁପା ଅଳଙ୍କାର ସହ ଲୁଗାପଟା ଚୋରି କରି ନେଇଥିଲେ।
The post ଚୋର ନେଇଗଲେ ଲକ୍ଷାଧିକ ଟଙ୍କାର ମଦ first appeared on Sambad.from ଜିଲ୍ଲା | Sambad https://ift.tt/37CHZB7
0 Comments