
ବୀରମିତ୍ରପୁର : ଦୀର୍ଘ ଦୁଇ ମାସର ତନାଘନା ପରେ ବୀରମିତ୍ରପୁର ପୁଲିସ ୫ ରାଜପଥ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଗିରଫ ୫ ଲୁଟେରା ସିମଡ଼େଗାର ବିକେକ ଆନ୍ଥୋନି ମିଞ୍ଜ, ରାଞ୍ଚିର ସୁମିତ ଏକ୍କା, ରାଜଗାଙ୍ଗପୁରର ଅଙ୍କିତ ବାର୍ଲା, କୁଆରମୁଣ୍ଡାର ଶୁଭମ ବେହେରା ଓ ଅନ୍ୟ ଜଣେ ନାବାଳକ।

ଗତ ମେ ମାସ ୨୪/୨୫ ତାରିଖ ମଧ୍ୟରାତ୍ରିରେ ଏହି ଛଅ ଜଣ ଆନ୍ତଃରାଜ୍ୟ ଲୁଟେରା ୧୪୩ ନଂ ଜାତୀୟ ରାଜପଥର ଯମୁନାନାକି ଠାରେ ଏମ୍ଏଚ୍ ୩୫ ଏଜେ ୧୧୩୦ ଡମ୍ପରର ଡ୍ରାଇଭର ବିଜମାଲ ପ୍ରସାଦଙ୍କୁ ଛୁରିରେ ଆକ୍ରମଣ କରି ଟଙ୍କାଓ ମୋବାଇଲ ଛଡ଼ାଇ ହାତଗୋଡ଼ ବାନ୍ଧି ରାସ୍ତାର ଏକ କଲଭର୍ଟ ଭିତରେ ପକାଇ ଫେରାର ହୋଇଯାଇଥିଲେ। ଡମ୍ପରଟିକୁ ନେଇ ନ ପାରି ଛାଡ଼ି ଚାଲିଯାଇଥିଲେ। ସକାଳେ ସ୍ଥାନୀୟ ଲୋକେ ଡମ୍ପର ଚାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗୁରୁତର ବିଜମାଲଙ୍କୁ ଡାକ୍ତରଖାନାକୁ ପଠାଇ ଏକ ମାମଲା ରୁଜୁ କରି ଘଟଣାର ତନାଘନା ଆରମ୍ଭ କରିଥିଲା। ରାଜପଥ ଲୁଟେରାମାନଙ୍କୁ ଧରିବା ପାଇଁ ଏସ୍ପି ସାଗରିକା ନାଥଙ୍କ ନିର୍ଦେଶକ୍ରମେ ତଥା ଏସ୍ଡିପିଓ ମାନସରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବୀରମିତ୍ରପୁର ପୁଲିସର ଏକ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରି ସିମଡ଼େଗା ଓ ଝାରସୁଗୁଡ଼ା ବେଦାନ୍ତରୁ ଲୁଟେରାମାନଙ୍କୁ ଧରିବାରେ ସମର୍ଥ ହୋଇଥିଲେ। ଆଜି ବୀରମିତ୍ରପୁର ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି
ଏସ୍ଡିପିଓ ମାନସ ରଂଜନ ପ୍ରଧାନ, ଆଇଆଇସି ସୁଚିସ୍ମିତା ଦାସ, କୁଆରମୁଣ୍ଡା ଫାଣ୍ଡି ଓଆଇସି ଶ୍ୟାମଲାଲ ଓରାମ, ସବ୍ ଇନ୍ସପ୍ଟେର ଦୀପ୍ତିରଂଜନ ସାହୁଙ୍କ ଉପସ୍ଥିତି ଏହି ଲୁଟ ଷଡ଼୍ଯନ୍ତ୍ରର ପର୍ଦାଫାସ କରିଥିଲେ। ଲୁଟେରାଙ୍କ ଠାରୁ ପୁଲିସ ମୋବାଇଲ ଫୋନ, ଛୁରି ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା। ବୀରମିତ୍ରପୁର ପୁଲିସ ଆଇପିସି ଧାରା ୩୪୧, ୩୬୩, ୩୦୭ଏବଂ ୩୪ ପରିବର୍ତ୍ତିତ ଧାରା ୩୯୫, ୩୦୭ ଏବଂ ୫୦୭ରେ ମାମଲା ରୁଜୁ କରି ପାଞ୍ଚ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଛି।
The post ଧରାପଡ଼ିଲେ ୫ ରାଜପଥ ଲୁଟେରା first appeared on Sambad.from ଜିଲ୍ଲା | Sambad https://ift.tt/3ljJAnj
0 Comments