
ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡ଼ଙ୍ଗରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମାରଗୁଡା ନୀଳଗିରି ବାଡ଼ ନିକଟରେ ଅଟୋ ଓଲଟି ପାଞ୍ଚ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ ଜଟାବାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରାଗୁଡା ଗ୍ରାମର ୨୦ ଜଣ ମହିଳା ଧାନ ରୁଆ ନିମନ୍ତେ କୁମାରଗୁଡା ଗ୍ରାମକୁ ଯାଇଥିଲେ। ସେଠାରୁ ସନ୍ଧ୍ୟା ୬ଟା ବେଳେ ନିଜ ଗ୍ରାମକୁ ଏକ ଅଟୋ ଓଡ଼ି ୨୪ ସି ୦୦୨୫ ଯୋଗେ ଫେରୁଥିବା ସମୟରେ କୁମାରଗୁଡା ନୀଳଗିରି ବାଡ଼ ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା। ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରାଯାଇ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ୫ ଜଣ ଗୁରୁତର ରହିଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ହୋଇଥିବା ସୋରାଗୁଡା ଗ୍ରାମର ସମାରି ଭତରା, କନକଦେଇ ଭତରା, ତୁଳାବତୀ ଭତରା, ଗୋରିମଣି ଭତରା ମୋତିରାମ ଭତରା । ଅଟୋରେ ୨୦ ଜଣ ମହିଳା ରହିଥିବା ସୂଚନା ମିଳିଛି ।
The post ଅଟୋ ଓଲଟି ପାଞ୍ଚ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/2VthWtu
0 Comments